ETV Bharat / city

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ - କଟକ

ଶେଷରେ ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜାଣନ୍ତୁ ପୁରା ଖବର...

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ
ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ
author img

By

Published : Jan 23, 2020, 5:31 PM IST

Updated : Jan 23, 2020, 11:11 PM IST

କଟକ/ ଭବାନୀପାଟଣା: ଶେଷରେ ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଭିଜିଲାନ୍ସ ସ୍କାନରରେ ଥିଲେ । ଗତ 17 ତାରିଖରେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଗିରଫ ପରେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରିଛି ଭିଜିଲାନ୍ସ ।

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ
ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଥିଲା । ଭବାନୀପାଟଣା ସହରର ନକଟିଗୁଡା ସ୍ଥିତ ବାସଭବନ ଓ ମଦନପୁର ରାମପୁରର ଥିବା ଶ୍ରୀକ୍ରୀଷ୍ଣା ହୋଟେଲରେ ଚଢାଉ କରିଥିଲା ଭିଜିଲାନ୍ସ। 3 କୋଟି 42 ଲକ୍ଷ 99 ହଜାର 402 ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ
ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

ଏହାଛଡା ଏକ ଡୁପ୍ଲେକ୍ସ ଲଜ୍, ତିନି ମହଲା ବିଶିଷ୍ଟ କୋଠାଘର, ବିଦେଶୀ ମଦ ଦୋକାନ, ମାର୍କେଟ କମ୍ପ୍ଲେକ୍ସ , ଦୁଇ ମହଲା ବିଶିଷ୍ଟ କୋଠାଘର,ଏକ ମହଲା ବିଶିଷ୍ଟ କୋଠାଘର, ଏକ ଗ୍ୟାରେଜ, ଗୋଟିଏ ଟ୍ରାକ୍ଟର, 2ଟି ଚାରି ଚକିଆ, 3 ଟି ଦୁଇ ଚକିଆ ଗାଡି ସହ ପ୍ଲଟ, ବିଭିନ୍ନ ବ୍ୟାଙ୍କରେ 49 ଲକ୍ଷର ଫିକ୍ସ ଡିପୋଜିଟ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

ସୂଚନାଯୋଗ୍ୟ, ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ସେ ସ୍ବେଚ୍ଛାକୃତ ଭାବେ ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ। 2016 ମସିହାରେ ବିଧାୟକ ଭାବେ ଖଣି ଲିଜ ପାଇଁ ଲାଞ୍ଚ ଦାବି କରୁଥିବା ଷ୍ଟିଙ୍ଗ ଅପରେସନରେ ଧରାପଡିଥିଲେ । ଫଳରେ 2019 ରେ ତାଙ୍କ ଟିକେଟ କଟିବାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହୋଇଥିଲା।

କଟକରୁ ନାରାୟଣ ସାହୁ ଓ କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଟକ: କଟକ ଇତିହାସ ରେ ଖୁବ ଶୀଘ୍ର ଯୋଡି ହେବ ନୂତନ ପରିଚୟ । ବିଗତ ଦିନରେ ଐତିହାସିକ ହାଡ଼ିଆ ପଠା ଆଗମୀ ଦିନରେ ହେବ ଏକ ମାୟାନଗରୀ । ଯେଉଁଠି କ୍ରୀଡା , ସ୍ୱାସ୍ଥ୍ୟ , ପର୍ଯ୍ୟଟନ , ଓ ବ୍ୟବସାୟିକ ପ୍ରତିଷ୍ଠାନ ର ନିର୍ମାଣ ହେବ । ଏନେଇ ଆଜି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରୀନ ସିଗନାଲ ପ୍ରଦାନ କରିଛନ୍ତି । ପଠା ସମୀକ୍ଷା କରିବା ସହ ଏହି ବଡ଼ ପ୍ୟାକେକ ର ଘୋଷଣା କରିଛନ୍ତି ନବୀନ । ତେବେ ଏହି କାମ ଆସନ୍ତା ମାର୍ଚ୍ଚ ପ୍ରଥମ ରୁ ଆରମ୍ଭ ହେବାନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ

Body:ଭିଓ୧: କଟକ ବଡ଼ ମେଡିକାଲ କୁ ମିଳିବ ବଡ଼ ପରିଚୟ । ହାଡ଼ିଆ ପଠା ରେ ନିର୍ମାଣ ହେବ ଦ୍ୱିତୀୟ ଏସିବି ମେଡିକାଲ । ତା ସାଙ୍ଗକୁ ଛ ଲେନ ବିଶିଷ୍ଟ ଏକ ପ୍ରସସ୍ଥ ରିଙ୍ଗ ରୋଡ଼ ମଧ୍ୟ ନିର୍ମାଣ କରିବେ ରାଜ୍ୟ ସରକାର । ଅନ୍ୟପଟେ ଉକ୍ତ 425 ଏକର ଜମି ରେ ପର୍ଯ୍ୟଟନ , କ୍ରୀଡା କଁପ୍ଲେକ୍ସ , ତାରକା ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇ ରଖାଯାଇଛି ସ୍ୱତନ୍ତ୍ର ପ୍ୟାକେଜ । ତେବେ ଏହି କାମ ମାର୍ଚ୍ଚ ପ୍ରଥମ ର ଶୁଭାରମ୍ଭ ହେବା ଗ୍ରୀନ ସିଗନାଲ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବାଇଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବାଇଟ: ପ୍ରତାପ ଜେନା( ନଗର ଉନ୍ନୟନ ମନ୍ତ୍ରୀ)

ଭିଓ୨: ଏହାସହିତ ଏହି ମେଗା ପ୍ରକଳ୍ପ ମହାନଦୀ କୁ କ୍ଷତ ପହଞ୍ଚାଇବା ନାହିଁ । ସମସ୍ତ କାମ ଏନଜିଟି ର ଗାଇଡ଼ ଲାଇନ ଅନୁସାରେ ସମ୍ପାଦନ ହେବ । ଏହାସହିତ କଟକ ଏକ ନୂତନ ପରିଚୟ ସୃଷ୍ଟି କରିପାରିବ ବୋଲି କହିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟିନୀ ।

ବାଇଟ: ଭବାନୀ ଶଙ୍କର ଚୟିନୀ( କଟକ ଜିଲାପାଳ)

ଭିଓ୩: ଅନ୍ୟପଟେ ଏହି ମେଗା ପ୍ରକଳ୍ପ କୁ ଖୁସି ରେ ସ୍ୱାଗତ କରିଛନ୍ତି କଟକିଆ । ଏହି ଯୋଜନା ଯଦି ଟିକେ ଆଗରୁ ହୋଇଥାନ୍ତା ତେବେ ଆହୁରି ଭଲ ହୋଇ ପାରିଥାନ୍ତା । ତଥାପି ରାଜ୍ୟ ସରକାର କଟକ ପ୍ରତି ଯେଉଁ ବିକାଶ ର ଆଲୋକ ଦେଖାଇଛନ୍ତି ତାହା ବେଶ ଗ୍ରହଣୀୟ ଓ ସ୍ୱାଗତଯୋଗ୍ୟ । ତେବେ ଆଗମୀ ଦିନରେ ଏହି ମେଗା ପ୍ରୋଜେକ୍ଟ କଟକ ର କେନ୍ଦ୍ର ବିନ୍ଦୁ ପାଲଟିବ ।

ବାଇଟ: ସାଗର ସିଂ ( କଟକ ବାସିନ୍ଦା )

Conclusion:ଫାଭିଓ: ତେବେ ଏହି ମେଗା ପ୍ରକଳ୍ପ କେବେ ସରିବ । ଆଉ କଟକ କୁ ନୂତନ ପରିଚୟ ମିଳିବ ତାହା ନେଇ ବେଶ ଆଶା ବାନ୍ଧି ବସିଛନ୍ତି କଟକିଆ । ତେବେ ଦେଖିବାକୁ ବାକି ରହିଲା କେବେ ପୁରଣ ହେଉଛି କଟକିଆଙ୍କ ସ୍ୱପ୍ନ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
Last Updated : Jan 23, 2020, 11:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.