କଟକ: ନୂଆ ଦାୟିତ୍ବ ନେଲେ ଅଲମ୍ପିକ କାଂସ୍ୟ ପଦକ ବିଜେତା ତଥା ପୂର୍ବତନ ଭାରତୀୟ ହକି ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା । ଆଜି(ଗୁରୁବାର) ସେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଡିଏସ୍ପି ଭାବରେ ଯୋଗ ଦେଇଛନ୍ତି । ଏହାକୁ ନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
![DSP ଦାୟିତ୍ବ ନେଲେ ପୂର୍ବତନ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା](https://etvbharatimages.akamaized.net/etvbharat/prod-images/od-ctc-04-lakrainpolice-avo-od10038_17022022171524_1702f_1645098324_1097.jpg)
ଆଜି କାର୍ଯ୍ୟରେ ଯୋଗ ଦେବାପରେ ବିରେନ୍ଦ୍ର ଲାକ୍ରା ପୋଲିସ ଡିଜି ସୁନିଲ ବଂଶଲଙ୍କୁ ଭେଟିଛନ୍ତି । ତାସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ଓଡ଼ିଶା ପୋଲିସର କେଉଁ ବିଭାଗରେ ତାଙ୍କର ପୋଷ୍ଟିଂ ହେବ ତାହା ଖୁବଶୀଘ୍ର ଜଣାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।
![DSP ଦାୟିତ୍ବ ନେଲେ ପୂର୍ବତନ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା](https://etvbharatimages.akamaized.net/etvbharat/prod-images/od-ctc-04-lakrainpolice-avo-od10038_17022022171524_1702f_1645098324_384.jpg)
ବିପକ୍ଷ ଦଳକୁ ଗୋଲ ଦେବାରୁ ରୋକୁଥିବା ପୂର୍ବତନ ଭାରତୀୟ ଡିଫେଣ୍ଡର ଏଣିକି ଖାକି ପୋଷାକ ପିନ୍ଧି ଅପରାଧୀଙ୍କୁ ରୋକିବେ । କ୍ରୀଡ଼ା କ୍ଷେତ୍ରରେ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଆଣିଥିବା ବିରେନ୍ଦ୍ର ଏବେ ଓଡ଼ିଶା ପୋଲିସରେ ଏକ ଗୁରୁ ଦାୟିତ୍ୱ ବହନ କରିବେ । ଏହାକୁ ନେଇ ବିରେନ୍ଦ୍ର ଲାକ୍ରାଙ୍କୁ ଧନ୍ୟବାଦ ଓଡ଼ିଶା ପୋଲିସ ନିର୍ଦ୍ଦେଶକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ