ETV Bharat / city

ଦାଦାବଟି ମାଗି କଟକର ପୂର୍ବତନ କର୍ପୋରଟେରଙ୍କ ସହ 2 ଗିରଫ - ଦାଦାବଟି ମାଗି କର୍ପୋରଟେର ଗିରଫ ଘଟଣା

ଦାଦାବଟି ମାଗିବା ଅଭିଯୋଗରେ କଟକର ପୂର୍ବତନ କର୍ପୋରେଟରଙ୍କ ସମେତ 2 ଗିରଫ ହୋଇଛନ୍ତି । ପୋଲିସ ଏମାନଙ୍କ ନିକଟରୁ ଏକଲକ୍ଷ ଟଙ୍କା ଜବତ କରିଛି । ଅଧିକ ପଢନ୍ତୁ...

ଦାଦାବଟି ମାଗି କଟକର ପୂର୍ବତନ କର୍ପୋରଟେରଙ୍କ ସହ 2 ଗିରଫ

author img

By

Published : Nov 10, 2020, 7:22 PM IST

କଟକ: ଗିରଫ ହେଲେ କଟକର ପୂର୍ବତନ କର୍ପୋରେଟର । ଦାଦାବଟି ମାଗିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କର୍ପୋରେଟଙ୍କ ସହ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କଟକ ଫେଜ-2 ପୋଲିସ ଗିରଫ କରିଛି ।

ଦାଦାବଟି ମାଗି କଟକର ପୂର୍ବତନ କର୍ପୋରଟେରଙ୍କ ସହ 2 ଗିରଫ

ସୂଚନା ଅନୁଯାୟୀ କଟକର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ କର୍ପୋରେଟର ରଞ୍ଜିତାଙ୍କ ସହ ଅନ୍ୟ 3 ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଅନ୍ୟ 2 ଅଭିଯୁକ୍ତ ହେଉଛନ୍ତି ରଞ୍ଜିତ ସିଂହ ଓ ସାଇକଲ ନନା ଓରଫ୍ ସୁଚିତ୍ରା ମହାପାତ୍ର । ଏମାନଙ୍କ ନିକଟରୁ ପୋଲିସ ଏକଲକ୍ଷେ ଟଙ୍କା ଜବତ କରିଛି । ତେବେ ଉକ୍ତ 3 ଅଭିଯୁକ୍ତଙ୍କର ଧଳ ସାମନ୍ତ ସହ ଲିଙ୍କ୍ ଥିବା ସୂଚନା ମିଳିଛି । ତେବେ ଦାଦାବଟି ମାଗିବା ଅଭିଯୋଗରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ଧଳସାମନ୍ତଙ୍କ ଘରୁ ଏକଲକ୍ଷ ଟଙ୍କା ଜବତ କରିଛି ।
ସୂଚନା ଅନୁଯାୟୀ ଗତକାଲି ରାତିରେ ସିଡିଏ ସେକ୍ଟର ୧୧ ଅଞ୍ଚଳର ଏକ ବାଲିଘାଟରେ ବଟି ମାଗୁଥିବା ଖବର ପାଇ ଚଢ଼ାଉ କରିଥିଲା ଫେଜ ୨ ଥାନା ପୋଲିସ । ଏହି ସମୟରେ ଉପସ୍ଥିତ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବାବେଳେ ପୋଲିସ୍ ଜଣଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଥିଲା । ତଦନ୍ତ ପରେ ଫେରାର ଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଧଳ ସାମନ୍ତ ନିର୍ଦ୍ଦେଶ କ୍ରମେ ଏମାନେ ବଟି ମାଗୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.