ETV Bharat / city

ହରିଣ ଶିକାର ଅଭିଯୋଗ: ୨ ଯୁବକ ଗିରଫ, ଛାଲ-ଶିଙ୍ଘ ଜବତ

author img

By

Published : Sep 7, 2021, 9:17 PM IST

ଆଠଗଡ ବନଖଣ୍ଡ ଅନ୍ତର୍ଗତ ଗୁରୁଡିଝାଟିଆ ସେକ୍ସନରୁ ଏକ ହରିଣକୁ ଶିକାର କରି ହତ୍ୟା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ...

ହରିଣ ଶିକାର ଅଭିଯୋଗରେ ୨ ଯୁବକ ଗିରଫ
ହରିଣ ଶିକାର ଅଭିଯୋଗରେ ୨ ଯୁବକ ଗିରଫ

କଟକ: ହରିଣ ଶିକାର ଅଭିଯୋଗରେ ଦୁଇ ଯୁବକ ଗିରଫ । ଆଠଗଡ ବନଖଣ୍ଡ ଅନ୍ତର୍ଗତ ଗୁରୁଡିଝାଟିଆ ସେକ୍ସନରୁ 2 ଜଣ ହରିଣ ଶିକାରୀଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ସାଉରିଆର ଦୈତାରି ଜେନା ବୋଲି ଜଣାପଡିଛି । ତେବେ ଏହି ହରିଣ ଶିକାରୀକୁ ବନବିଭାଗର ଭ୍ରାମ୍ଯମାଣ ସ୍କ୍ବାର୍ଡ ଗିରଫ କରିଥିବା ଜଣାପଡିଛି ।

ହରିଣ ଶିକାର ଅଭିଯୋଗରେ ୨ ଯୁବକ ଗିରଫ

ସେପଟେ ଶିକାରୀଙ୍କ ଠାରୁ ଗୋଟିଏ ହରିଣ ଛାଲ ସହିତ ଶିଙ୍ଗ ଜବତ ହୋଇଥିବା ବିଭାଗ ପକ୍ଷରୁ ଜଣାପଡିଛି । ସୂଚନାନୁସାରେ ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶ କ୍ରମେ ଭ୍ରାମ୍ଯମାଣ ଟିମର ଡେପୁଟି ରେଞ୍ଜର ସୁରେଶ କୁମାର ଷଡଙ୍ଗୀ ବନରକ୍ଷୀ ଆଶିଷ ନାୟକ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏପିଆର ପୋଲିସ ଫୋର୍ସ ସହିତ ଏହି ଚଢାଉ କରିଥିଲେ ।

ତେବେ ଖୁଣ୍ଟୁଣୀ ରେଞ୍ଜ ଅଧିନରେ ଏ ବାବଦରେ ଏକ ମକଦ୍ଦମା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.