ETV Bharat / city

କଟକରେ ସ୍ବାଭାବିକ ହେଉଛି ବନ୍ୟାସ୍ଥିତି, ଆକଳନ ପରେ ଦିଆଯିବ କ୍ଷୟକ୍ଷତି ବିବରଣୀ - ଓଡ଼ିଶା ବନ୍ୟା ଖବର

କଟକରେ ସ୍ବାଭାବିକ ହେଉଛି ବନ୍ୟାସ୍ଥିତି । ସ୍ଥାନାନ୍ତର ହୋଇଥିବା ଲୋକେ ନିଜ ଘରକୁ ଫେରୁଥିବା ବେଳେ ପ୍ରଭାବିତ ଅଞ୍ଚଳରେ ୧୫ ଦିନିଆ ରିଲିଫ ଲୋକ ମାନଙ୍କୁ ଯୋଗାଇ ଦିଆଯାଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ସ୍ବଭାବିକ ହେଉଛି ବନ୍ୟାସ୍ଥିତି, ଆକଳନ ପରେ ସରକାରଙ୍କୁ ଦିଆଯିବ କ୍ଷୟକ୍ଷତି ବିବରଣୀ

author img

By

Published : Aug 21, 2022, 8:56 PM IST

କଟକ: ଜିଲ୍ଲାରେ ସୁଧୁରୁଛି ବନ୍ୟାସ୍ଥିତି(flood situation becoming normal in cuttack) । ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିବା ଲୋକେ ଘରକୁ ଫେରୁଛନ୍ତି । ବର୍ତ୍ତମାନ ମଧ୍ୟ ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ୧୫ ଦିନିଆ ରିଲିଫ ଯୋଗାଇଦେଉଛି । ତେବେ ଜିଲ୍ଲାର ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ସ୍ବଭାବିକ ହେଉଛି ବନ୍ୟାସ୍ଥିତି, ଆକଳନ ପରେ ସରକାରଙ୍କୁ ଦିଆଯିବ କ୍ଷୟକ୍ଷତି ବିବରଣୀ

କଟକ ଜିଲ୍ଲାରେ ସ୍ବଭାବିକ ହେଉଛି ବନ୍ୟାଞ୍ଚଳ । ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସରବରାହ ପୁନଃ ସଂଯୋଗ କରାଯାଉଛି । ତେବେ ବନ୍ୟା ପ୍ରଭାବରେ ମୋଟ ୪୦ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୁବଶୀଘ୍ର କ୍ଷୟକ୍ଷତି ଆକଳନ ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ବାଙ୍କୀ, ଆଠଗଡ଼, ନରସିଂହପୁର, ତିଗିରିଆ, ନିଆଳି ଓ ବଡ଼ମ୍ବା ଅଞ୍ଚଳ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା ।

ଏନେଇ କଟକ ଜିଲ୍ଲାପାଳ କହିଛନ୍ତି, "କଟକ ଜିଲ୍ଲାରେ ବନ୍ୟାସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିଛି । ଚିହ୍ନଟ ହୋଇଥିବା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୫ ଦିନିଆ ରିଲିଫ ପ୍ରଦାନ କରାଯାଉଛି । ପ୍ରାୟ ସବୁ ଅଞ୍ଚଳକୁ ବିଦ୍ୟୁତ ପୁନଃ ସଂଯୋଗ କରାଯାଇଛି । ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ଚାଲିଛି । ଏହାପରେ ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କୁ ପ୍ରଦାନ କରାଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.