ETV Bharat / city

'ଫନି' ପାଇଁ କଟକ ହେବନି ଜଳବନ୍ଦୀ: ଜିଲ୍ଲାପାଳ - କଟକ

'ଫନି' ମୁକାବିଲା ପାଇଁ ତତ୍ପର ଜିଲ୍ଲା ପ୍ରଶାସନ। ଯେଉଁପରି ଭାବରେ 'ଫନି' ପ୍ରଭାବରୁ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ସେ ଦିଗରେ ବେଶ କଡା ଆଭିମୁଖ୍ୟ ଗ୍ରହଣ କରୁଛି ପ୍ରଶାସନ। ଜାଇକା ପ୍ରକଳ୍ପ ପାଇଁ ଉପୁଜିଥିବା ଅସୁବିଧାର ମଧ୍ୟ ସମାଧାନ କରିଛନ୍ତି ଜିଲ୍ଲାପାଳ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : May 2, 2019, 5:36 PM IST

କଟକ: 'ଫନି' ମୁକାବିଲା ପାଇଁ ତତ୍ପର ଜିଲ୍ଲା ପ୍ରଶାସନ। ଯେଉଁପରି ଭାବରେ 'ଫନି' ପ୍ରଭାବରୁ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ସେ ଦିଗରେ ବେଶ କଡା ଆଭିମୁଖ୍ୟ ଗ୍ରହଣ କରୁଛି ପ୍ରଶାସନ। ଜାଇକା ପ୍ରକଳ୍ପ ପାଇଁ ଉପୁଜିଥିବା ଅସୁବିଧାର ମଧ୍ୟ ସମାଧାନ କରିଛନ୍ତି ଜିଲ୍ଲାପାଳ। ସହରର ବିଭିନ୍ନ ସ୍ଥାନରେ ଥିବା ଜାଇକାର ବ୍ଳକେଜ ପାଣିକୁ ସିଧା ବଡ଼ନାଳ ଜରିଆରେ ନଦୀକୁ ଛଡ଼ାଯାଇଛି । ଯାହାଦ୍ୱାରା କଟକରେ ବନ୍ୟା ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ।

ବିଶେଷ କରି କଟକରେ ସାଧାରଣ ବର୍ଷା ହେଲେ ଆଣ୍ଠୁଏ ଲେଖାଏଁ ପାଣି ହୋଇଯାଏ। ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମୁଖୀନ ହୁଅନ୍ତି । କିନ୍ତୁ ବର୍ତ୍ତମାନ 'ଫନି' ପ୍ରଭାବରୁ ଯେଉଁ ବର୍ଷା ହେବ ତାହାଦ୍ୱାରା କଟକର ତଳିଆ ଅଞ୍ଚଳ ଗୁଡିକରେ ଜଳ ଜମା ହେବ। ଆଉ ଲୋକମାନେ ଅସୁବିଧାର ସାମ୍ନା କରିବେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଏହି ଅସୁବିଧାକୁ ଆଖିଆଗରେ ରଖି ଜାଇଜା ପ୍ରକଳ୍ପ କାମକୁ ରଦ୍ଧ କରି ସମସ୍ତ ବ୍ଳକିଂ ପାଣିକୁ ନଦୀକୁ ଛାଡ଼ୁଛି ଜିଲ୍ଲା ପ୍ରଶାସନ । କାରଣ ଏହି ପାଣି ଯଦି ରହିବ ତେବେ ବର୍ଷା ପାଣିକୁ ବନ୍ୟାରେ ପରିଣତ କରିବା ପାଇଁ ଅଳ୍ପ ସମୟ ଲାଗିବ । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜାଇକା ପ୍ରକଳ୍ପର ବ୍ଳକେଜ ଜଳ କୁ ନଦୀକୁ ଛଡାଯାଉଛି । ଏହାସହିତ ବଡ଼ନାଳ ଓ ଶାଖା ନାଳକୁ ସଫେଇ କରାଯାଇ ପାଣିର ସ୍ରୋତକୁ ବୃଦ୍ଧି କରିବା ପାଇଁ ରାତି ଦିନ ଏକ କରିଛି ସିଏମସି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

'ଫନି' ପାଇଁ କଟକ ହେବନି ଜଳବନ୍ଦୀ: ଜିଲ୍ଲାପାଳ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.