ETV Bharat / city

କଟକର 50 ପ୍ରତିଶତ ଲୋକଙ୍କ ପାଖରେ ବୃଦ୍ଧି ପାଇଛି ଆଣ୍ଟିବଡି - sero survey

କଟକରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆଣିଛି ଆଶ୍ବସ୍ତ କଲା ଭଳି ଖବର । 50 ପ୍ରତିଶତ ଲୋକଙ୍କ ଦେହରେ ବିକଶିତ ହୋଇଛି ଆଣ୍ଟିବଡି । ଆଗକୁ ଦ୍ବିତୀୟ ଲହରୀ ଆରମ୍ଭ ହେବାକୁ ଥିବାରୁ ଏବେବି ଟଳିନି ବିପଦ । ଆଣ୍ଟିବଡି ଥିଲେ ବି ହୋଇପାରେ କୋରୋନା । ଅଧିକ ପଢନ୍ତୁ...

କଟକର 50 ପ୍ରତିଶତ ଲୋକଙ୍କ ପାଖରେ ବୃଦ୍ଧି ପାଇଛି ଆଣ୍ଟିବଡି

author img

By

Published : Nov 15, 2020, 11:18 AM IST

କଟକ: ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେରେ ଆସିଲା ଆଶ୍ବସ୍ତିକର ଖବର । କଟକରେ ପାଖାପାଖି 50 ପ୍ରତିଶତ ଲୋକଙ୍କ ପାଖରେ ବୃଦ୍ଧି ପାଇଛି ରୋଗ ପ୍ରତିଷେଧକ ଶକ୍ତି ବା ଆଣ୍ଟିବଡ଼ି । ହେଲେ ଆଣ୍ଟିବଡି ବୃଦ୍ଧି ପାଇଥିଲେ ହେଁ ଏବେବି ଟଳିନି ବିପଦ । କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । କେଉଁ ସମୟରେ ଓଡିଶାରେ ତାହାର ପ୍ରଭାବ ପଡିବାରେ । ତେଣୁ ଆଣ୍ଟିବଡ଼ି ହେଲେ ବି ସଚେତନ ରହିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।

କଟକର 50 ପ୍ରତିଶତ ଲୋକଙ୍କ ପାଖରେ ବୃଦ୍ଧି ପାଇଛି ଆଣ୍ଟିବଡି

ଗତ କିଛିଦିନ ହେବ ରାଜ୍ୟରେ ଲଗାତାର ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଚାରି ହଜାର ଟ୍ରେଣ୍ଡରେ ବ୍ରେକ ଲାଗି ଏବେ ଦେଢ ହଜାର ମଧ୍ୟରେ ସୀମିତ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତଥାପି ରାଜ୍ୟରୁ ବିପଦ ଟଳିନି । କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେଲେ ପରିସ୍ଥିତି ଅଣାୟତ ହୋଇପାରେ । କାରଣ କୋରୋନା ପ୍ରଥମ ପର୍ଯ୍ୟାୟ ଠାରୁ ଦ୍ବିତୀୟ ପାଳି ଅତ୍ୟନ୍ତ ବିପଦଜ୍ଜନକ ।

ବିଶ୍ବରେ କିଛି ଦେଶରେ ପ୍ରଭାବ ଆରମ୍ଭ ହୋଇ ସାରିଛି । ତେବେ ଭାରତରେ ସଂକ୍ରମଣ କମିବାର ଗ୍ରୀନ ସିଗନାଲ ଦୃଶ୍ୟ ମାନ ହେଉଛି । କିନ୍ତୁ ଏବେ ଆହୁରି ସଚେତନତା ଅବଲମ୍ବନ କରିବାର ସମୟ ଆସିଛି ବୋଲି କହିଛନ୍ତି ଭୁବନାନନ୍ଦ ମହାରଣା । ତେଣୁ ସଚେତନ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.