ETV Bharat / city

ବିଜେଡି ପ୍ରଚାର ଗାଡିରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କଟକ ଆଠଗଡ଼ ବିଜେଡି ପ୍ରଚାର ଗାଡ଼ି ବୁଲୁଥିବାବେଳେ ୫୫ ନମ୍ବର ଜାତୀୟ ରାଜପଥ ରାଧା କିଶାରପୁର ରାସ୍ତାରେ ନିଆଁ ଲାଗି ଗାଡିଟି ଜଳିଯାଇଛି। ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି ଡ୍ରାଇଭର।

author img

By

Published : Apr 1, 2019, 7:08 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ପ୍ରାକ୍‌ ନିର୍ବାଚନୀ ଅଘଟଣ । ପ୍ରଚାର ଗାଡିରେ ନିଆଁ। କଟକ ଆଠଗଡ଼ ବିଜେଡି ପକ୍ଷରୁ ପ୍ରଚାର ଗାଡ଼ି ବୁଲୁଥିବାବେଳେ ୫୫ ନମ୍ବର ଜାତୀୟ ରାଜପଥ ରାଧା କିଶାରପୁର ରାସ୍ତାରେ ନିଆଁ ଲାଗି ଗାଡିଟି ଜଳିଯାଇଛି। ଅଳ୍ପକେ ବର୍ତି ଯାଇଛନ୍ତି ଡ୍ରାଇଭର। ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ପ୍ରଚାର ପାଇଁ ଗାଡିରେଲାଗିଥିବା ବିଜେଡି ବ୍ୟାନର ଓ ପୋଷ୍ଟର ସଂପୂର୍ଣ୍ଣ ପୋଡିଯାଇଛି। ନିଆଁ ଲାଗିବାର କାରଣ ଜଣାପଡି ନଥିବାବେଳେ, ପ୍ରଚାର ଗାଡ଼ି ମଧ୍ୟରେ ଥିବା ଜେନେରେଟରରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ମଡେଲ ତଥା ଅଭିନେତ୍ରୀ ଆମୀ ଜ୍ୟାକ୍ସନ, ଯିଏକି ଶେଷଥର ପାଇଁ ରଜନୀକାନ୍ତଙ୍କ ପ୍ରେମିକା ଭାବରେ ଫିଲ୍ମ '2.0'ରେ ନଜର ଆସିଥିଲେ। କିଛିଦିନ ପୂର୍ବରୁ ଆମୀ ପ୍ରେମିକଙ୍କ ସହ ଏନଗେଜମେଣ୍ଟର ଖୁଲାସା କରିଥିବାବେଳେ ଏବେ ସେ ଗର୍ଭବତୀ।

ଆମୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୁଡ ନ୍ୟୁଜଟି ପ୍ରଶଂସକମାନଙ୍କ ସହ ସେୟାର କରିବା ସହ ନିଜ ଖୁସି ବିଷୟରେ ଜଣାଇଛନ୍ତି। ପ୍ରେମିକ ଜର୍ଜ ପାନାୟିତୋୟୁଙ୍କ ସହ ସୁନ୍ଦର ଫଟୋଟିଏ ପୋଷ୍ଟ କରି ଶୀର୍ଷକରେ ଲେଖିଛନ୍ତି, 'ମୁଁ ଉପରକୁ ଯାଇ ଚିଲ୍ଲାଇବାକୁ  ଅପେକ୍ଷା କରିଥିଲି ଏବଂ ଆଜି ମାତୃ ଦିବସ ଅବସରରେ ଏହାଠାରୁ ଭଲ ସମୟ ଆଉ ଆସିବନାହିଁ। ମୁଁ  ବିଶ୍ବରେ ସବୁଠାରୁ ଅଧିକ ତୁମକୁ ଭଲ ପାଏ। ଆମେ ଛୋଟ ଲିବ୍ରାଙ୍କ ଭେଟିବାକୁ ଆଉ ଅପେକ୍ଷା କରିପାରୁନାହୁଁ।'

ତେବେ ଆମୀ ସେପ୍ଟେମ୍ବର-ଅକ୍ଟୋବର ସମୟରେ ମାଆ ହେବାକୁ ଯାଉଛନ୍ତି। ଆମୀଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ପ୍ରଥମେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଏହା ବହୁତ ସୁନ୍ଦର। ମୁଁ ତୁମ ପାଇଁ ବହୁତ ଖୁସି। ବହୁତ ସାରା ଭଲପାଇବା।' ତାଙ୍କ ପରେ ଅଭିନେତ୍ରୀ କୀର୍ତ୍ତୀ ସାନନ ମଧ୍ୟ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଉଭୟଙ୍କୁ ଖୁବ ଶୁଭେଚ୍ଛା। ଆମୀ ତୁମ ପାଇଁ ମୁଁ ବହୁତ ଖୁସି।'

ପ୍ରକାଶ ଥାଉକି, ଆମୀ ଜ୍ୟାକ୍ସନ 2010ରେ ତାମିଲ ଫିଲ୍ମ 'ମଦ୍ରାସପଟିନମ'ରୁ ଡେବ୍ୟୁ କରି ପରେ ତେଲୁଗୁ ଓ କନ୍ନଡ ଆଦି ଫିଲ୍ମରେ ନଜର ଆସିଥିଲେ। ପରେ ସେ ବଲିଉଡରେ ଏକ ଦିୱାନା ଥା, ସିଙ୍ଗ ଇଜ ବ୍ଲିଙ୍ଗ, ଫ୍ରିକୀ ଅଲୀ, 2.0 ଆଦି ଫିଲ୍ମରେ ନଜର ଆସି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଆମୀ ତାଙ୍କ ପ୍ରେମିକଙ୍କୁ 2020ରେ ଗ୍ରୀସରେ ବିବାହ କରିପାରନ୍ତି ବୋଲି ସୁତ୍ରରୁ ପ୍ରକାଶ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.