ETV Bharat / city

କଟକରେ ବାଣ ବିକ୍ରିକୁ ଅନୁମତି, ଲାଇସେନ୍ସ ନଥିଲେ କାର୍ଯ୍ୟାନୁଷ୍ଠାନ

author img

By

Published : Oct 16, 2022, 8:18 PM IST

କଟକରେ ବାଣ ବିକ୍ରିକୁ ଅନୁମତି ଦେଲା କମିଶନରେଟ ପୋଲିସ । ଲାଇସେନ୍ସ ନଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

କଟକରେ ବାଣ ବିକ୍ରିକୁ ଅନୁମତି
କଟକରେ ବାଣ ବିକ୍ରିକୁ ଅନୁମତି

କଟକ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି(Diwali), ଦୀର୍ଘ ଦୁଇ ବର୍ଷ ପରେ ଧୁମଧାମରେ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । କୋରୋନା ଯୋଗୁଁ ଗତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ ବାଣ ବିକ୍ରିକୁ ନେଇ ବେଶ ଖୁସି ଅଛନ୍ତି ବ୍ୟବସାୟୀ, ଚଳିତ ବର୍ଷ କଟକରେ ବାଣ ବିକ୍ରି ନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଅସ୍ଥାୟୀ ବାଣ ଦୋକାନ ପାଇଁ ପୋଲିସ ପକ୍ଷରୁ ଅନୁମତି ମିଳିଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଦାଖଲ ପରେ ଖୁଚୁରା ଓ ବଡ଼ ବ୍ୟବସାୟୀଙ୍କୁ ଅନୁମତି ପତ୍ର ଦିଆଯିବା ନେଇ ସୂଚନା ମିଳିଛି ।

କଟକରେ ବାଣ ବିକ୍ରିକୁ ଅନୁମତି

ତେବେ କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହିଁ ବାଣ ବିକ୍ରି କରିପାରିବେ । ବିନା ଲାଇସେନ୍ସରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ଯଦି କେହି ବିନା ଲାଇସେନ୍ସରେ ବାଣ ବିକ୍ରି କରେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି । କଟକ ସହର ଉପାନ୍ତରେ ଥିବା ଖୋଲା ପଡ଼ିଆରେ ଅସ୍ଥାୟୀ ବାଣ ଦୋକାନ କରାଯିବ । ସେଥିପାଇଁ ପ୍ରାଥମିକ ଭାବେ ଖାନନଗର ବୈଷ୍ଣବ ପାଣି ପାର୍କ ତଳ ପଡିଆରେ ବାଣ ବିକ୍ରି ପାଇଁ CMC ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଛି ବୋଲି କହିଛନ୍ତି ମେୟର । ଏଥି ସହିତ କଟକର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ତିଆରି କାରଖାନା ଉପରେ ନଜର ରଖିଛି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢନ୍ତୁ-Dhamnagar Bypoll: BJD ଏକ ବାରୁଦ ଗଦା ଉପରେ ବସିଛି କହିଲା BJP

ଶୁକ୍ରବାର ରାଜଧାନୀର 7ଟି ସ୍ଥାନରେ ବାଣ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଏମସିକୁ ଚିଠି ଲେଖାଯାଇ ବାଣ ବିକ୍ରିକୁ ଅନୁମତି ଦେବାକୁ କୁହାଯାଇଥିଲା । ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ବିଏମସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାପରେ ଏହି ଅନୁମତି ମିଳିଥିଲା । ରାଜଧାନୀର ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର ଓ ବଡ଼ଗଡ଼ର 2ଟି ଚିହ୍ନଟ ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ଦିଆଯାଇଛି । ଦୋକାନ ଖୋଲିବା ପୂର୍ବରୁ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ, ଅଗ୍ନିଶମ, ଶକ୍ତି ବିଭାଗର ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାଣ ବିକ୍ରି ଦେକାନ ପାଇଁ ପ୍ରତି 100 ବର୍ଗ ଫୁଟ ଯାଗା ପାଇଁ ବ୍ୟବସାୟୀଙ୍କୁ 160 ଟଙ୍କା ବିଏମସିକୁ ଦେବାକୁ ପଡିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.