କଟକ: ଜିଲ୍ଲା ନିଆଳି ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। କାର୍ଯ୍ୟାଳୟର କମ୍ପ୍ୟୁଟର ରୁମରେ ନିଆଁ ଲାଗି କମ୍ପ୍ୟୁଟର, କାଗଜପତ୍ର ସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଦୁର୍ନୀତି ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର କୁ ନଷ୍ଟ କରିବା ପାଇଁ ଜାଣିଶୁଣି ନିଆଁ ଲଗା ଲଗାଯାଇଥିବା ଚର୍ଚ୍ଚା ହେଉଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ