ETV Bharat / city

Dhanusankaranti: ରବିନ୍ଦ୍ରଙ୍କ ପ୍ରସିଦ୍ଧ ମୁଆଁ କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ

author img

By

Published : Dec 15, 2021, 9:12 PM IST

ରାତି ପାହିଲେ ଧନୁ ସଂକ୍ରାନ୍ତି । ଏନେଇ ଗାଁ ଠୁ ସହର ହୋଇ ପଡିଛି ଚଳଚଞ୍ଚଳ । ଜମୁଛି ମୁଆଁ ବ୍ୟବସାୟ । କଟକ ଖାନନଗରରେ ଥିବା ରବିନ୍ଦ୍ରନାଥଙ୍କ ପ୍ରସିଦ୍ଧ ମୁଆଁ କିଣିବାକୁ ଲାଗିଛି ଗ୍ରାହକଙ୍କ ଭିଡ । ଭଜା ମୁଆଁ, ଗୁଆଘିଅ ମୁଆଁ, ଗୁଡ ଓ ଚିନିର ମୁଆଁର ବଢୁଛି ଚାହିଦା । ଅଧିକ ପଢନ୍ତୁ

ଆସନ୍ତାକାଲି ଧନୁ ସଂକ୍ରାନ୍ତି : ରବିନ୍ଦ୍ରନାଥଙ୍କ ପ୍ରସିଦ୍ଧ ମୁଆଁ କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ

କଟକ: ରାତି ପାହିଲେ ଧନୁ ସଂକ୍ରାନ୍ତି । ଏନେଇ ଗାଁ ଠୁ ସହର ହୋଇ ପଡିଛି ଚଳଚଞ୍ଚଳ। ଗୋଟିଏ ପଟେ ମାଣବସା ଗୁରୁବାର ଅନ୍ୟପଟେ ଧନୁ ସଂକ୍ରାନ୍ତି । ଯାହା ଓଡ଼ିଆ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ତେବେ ଏହି ଦିନରେ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ ମୁଁଆ। ମୁଆଁ ଭୋଗ ନିଜ ଇଷ୍ଟଦେବାଦେବୀଙ୍କ ପାଖରେ ଲଗାଯାଇଥାଏ । ଏଥିପାଇଁ ସମସ୍ତେ କିଣିଥାନ୍ତି ମୁଁଆ । ଏଥିପାଇଁ କଟକରେ ମୁଆଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବ୍ୟବସାୟୀ । ଖାନନଗର ଗୁଡିଆ ସାହିର ରବିନ୍ଦ୍ରନାଥ ସାହୁଙ୍କ ପରିବାର। ଯେଉଁଠି କି ପିଢ଼ିରୁ ପିଢ଼ି ଧରି ବିଭିନ୍ନ ରକମର ମୁଆଁ ପ୍ରସ୍ତୁତି କରୁଛନ୍ତି।

ସହରର ଅନ୍ୟ ସ୍ଥାନରେ ମୁଆଁ ପ୍ରସ୍ତୁତି କରାଯାଉଥିବା ବେଳେ ରବିନ୍ଦ୍ରଙ୍କ ପରିବାର ପ୍ରସ୍ତୁତ କରୁଥିବା ମୁଆଁରେ ସ୍ୱାଦ ଟିକେ ନିଆରା। ଗ୍ରାହକଙ୍କ ମନଜାଣି ମୁଆଁ ଯୋଗାଇ ଦିଅନ୍ତି । ବିଶେଷ କରି ଭଜା ମୁଆଁ, ଗୁଆଘିଅ ମୁଆଁ, ଗୁଡ ଓ ଚିନିର ମୁଆଁ ପ୍ରସ୍ତୁତି କରାଯାଇଥାଏ। ଭଜା ମୁଆଁ ପ୍ରସ୍ତୁତିରେ ଚିନି, ନଡିଆ, ଗୋଲମରିଚ, ଅଦା ଆଦିକୁ ପାଗ କରାଯାଇ ଛାଞ୍ଚରେ ଗଢାଯାଇଥାଏ । ସେହିପରି ଗୁଆଘିଅ ମୁଆଁ ରେ ଚିନି ଦ୍ୱାରା ପାଗ କରାଯାଇ କମଳା, କାଜୁ, କିସମିସ୍, ନଡିଆ, ଗୋଲ ମରିଚ, ଗୁଜୁରାତି, ଅଳେଇଚ ଗୁଣ୍ଡରେ ପ୍ରସ୍ତୁତ ହୋଇଥାଏ ।

ଏହି ମୁଆଁକୁ ନେବା ପାଇଁ କଟକ ସମେତ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ ଜିଲ୍ଲାର ବହୁ ଲୋକେ ଏଠାକୁ ଆସିଥାନ୍ତି । ତେବେ, କେବଳ ରବିନ୍ଦ୍ରଙ୍କ ପରିବାର ସଦସ୍ୟ ନୁହେଁ । କିଛି ଲୋକଙ୍କୁ ମଧ୍ୟ ମୁଆଁ ତିଆରି କାର୍ଯ୍ୟରେ ଲଗାଇଛନ୍ତି । ଶ୍ରମ ଅନୁସାରେ ସମାନଙ୍କୁ ପାରିଶ୍ରମିକ ମଧ୍ୟ ଦିଆଯାଉଛି ।

ତେବେ, କୋଭିଡ ଯୋଗୁଁ କିଛି ବର୍ଷ ହେବ ବେପାର ମାନ୍ଦା ଚାଲିଛି । ହେଲେ ଚଳିବ ବର୍ଷ ବ୍ୟବସାୟ ବେଶ ଭଲ ରହିବ ବୋଲି ଆଶା ରଖିଛନ୍ତି । ପାଖାପାଖି ୪୦ ବର୍ଷ ହେବ ମୁଆଁ ପ୍ରସ୍ତୁତ କରି ଆସୁଛନ୍ତି ଏ ପରିବାର । ସିଲଭର ସିଟିର ବିଭିନ୍ନ ସ୍ଥାନରେ ମୁଆଁ ପ୍ରସ୍ତୁତ କରାଯାଉଥିବା ବେଳେ ଖାନନଗରର ଏହି ମୁଆଁର ଚାହିଦା ବେଶ ଅଧିକ ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.