କଟକ: ଦିନକୁ ଦିନ ନୂଆ ମୋଡ ନେଉଛି ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତି ସମ୍ପର୍କ ବିବାଦ । ବର୍ତ୍ତମାନ ଏହି ଦମ୍ପତିଙ୍କ ମଝିରେ ଏଣ୍ଟ୍ରି ମାରିଛନ୍ତି ସମ୍ବାଦିକା ଜାଗ୍ରତି ଶୁକ୍ଳା । ନିକଟରେ ଜାଗ୍ରତି ଶୁକ୍ଳା ନାଁ ନେଇ ଟ୍ବିଟ କରି ବର୍ଷାଙ୍କୁ କଟାକ୍ଷ କରିଥିଲେ । ଏ ନେଇ ଫ୍ୟାମିଲି କାଉନସିଲର ପ୍ରତିକ୍ରିୟା ରଖି କହିଛନ୍ତି ସ୍ବାମୀ ସ୍ତ୍ରୀ ସମ୍ପର୍କରେ ତୃତୀୟ ଲୋକର କିଛି ଆବଶ୍ୟକ ନାହିଁ ।
ପ୍ରତ୍ୟେକ ଦିନ ଅନେକ ପାରିବାରିକ ସମ୍ପର୍କର ସମାଧାନ କରାଯାଉଛି । ମୋଟାମୋଟି କହିବାକୁ ଗଲେ ସ୍ବାମୀ ସ୍ତ୍ରୀ ସମ୍ପର୍କରେ ତୃତୀୟ ବ୍ୟକ୍ତିଙ୍କର କୌଣସି ଭୂମିକା ରହିବା କଥା ନୁହେଁ । ତୃତୀୟ ବ୍ୟକ୍ତି ପାଇଁ ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଅଧିକ ଫାଟ ଆସିଥାଏ ବୋଲି କହିଛନ୍ତି କାଉନସିଲର ରୋଜାଲିନ ସାହୁ । ସେ ଆହୁରି କହିଛନ୍ତି ତୃତୀୟ ବ୍ୟକ୍ତି ସେ ହେବେ ଯିଏ ସ୍ବାମୀ ସ୍ତ୍ରୀ ସମ୍ପର୍କରୁ ସମାଧାନ କରି ପାରିବେ । ବର୍ଷା ଅନୁଭବଙ୍କ ସମ୍ପର୍କରେ ତୃତୀୟ ବ୍ୟକ୍ତି ଭାବରେ ଜାଗ୍ରତି ଶୁକ୍ଳାଙ୍କର ଏପରି ଟ୍ବିଟ ଗ୍ରହଣୀୟ ନୁହେଁ ସେ ଏହି କାର୍ଯ୍ୟରୁ ନିବୃତ୍ତ ରୁହନ୍ତି ବୋଲି କହିଛନ୍ତି ଫ୍ୟାମିଲି କାଉନସିଲର ।
ଏହା ବି ପଢନ୍ତୁ...ଜାଗୃତି ଶୁକ୍ଳାଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
ପ୍ରକାଶ ଥାଉ କିଛି ଦିନ ତଳେ ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ନାଁ ନେଇ ଟ୍ବିଟ କରି ବର୍ଷାଙ୍କୁ କଟାକ୍ଷ କରିଥିଲେ । ଏହା ପରେ ପୁରୀ ଘାଟ ଥାନାରେ ଜାଗୃତି ତାଙ୍କର ମାନହାନୀ କରିଥିବା ନେଇ ବର୍ଷା ଏତଲା ମଧ୍ୟ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ