ETV Bharat / city

ନକଲି କୋଭିଡ ମେଡିସିନ ମାମଲା: 2 ଅଭିଯୁକ୍ତଙ୍କ ଜାମିନ ଖାରଜ, ମହିଳା ଅଭିଯୁକ୍ତଙ୍କୁ ଜାମିନ - ଓଡିଶା ହାଇକୋର୍ଟ

ନକଲି କୋଭିଡ ମେଡ଼ିସିନ ବ୍ୟବସାୟ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ଜାମିନ ଖାରଜ କଲେ ହାଇକୋର୍ଟ । ମହିଳା ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ । ଅଧିକ ପଢନ୍ତୁ...

ନକଲି କୋଭିଡ ମେଡିସନ ମାମଲା: 2 ଅଭିଯୁକ୍ତଙ୍କ ଜାମିନ ଖାରଜ, ମହିଳା ଅଭିଯୁକ୍ତଙ୍କୁ ଜାମିନ

author img

By

Published : Sep 15, 2021, 6:26 PM IST

Updated : Sep 15, 2021, 7:02 PM IST

କଟକ: ରାଜ୍ୟରେ ନକଲି କୋଭିଡ ମେଡ଼ିସିନ ବ୍ୟବସାୟ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କ ଜାମିନ ଖାରଜ କଲେ ହାଇକୋର୍ଟ । ମେଡ଼ିଲଏଡ଼ ମେଡିକାମେଣ୍ଟ ସଂସ୍ଥାର ଦୁଇ କର୍ମଚାରୀ ପ୍ରୀତି ରଞ୍ଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତିଙ୍କ ଜାମିନ ପୂର୍ବରୁ କଟକ ଜିଲ୍ଲା ଦୌରାଜଜ ଖାରଜ କରିଥିବାବେଳେ ଉଭୟଙ୍କ ଜାମିନକୁ ଆଜି ପୁନର୍ବାର ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ଏହି ନକଲି ଔଷଧ ବ୍ୟବସାୟରେ ମୁଖ୍ୟ ଅଭିଯୁକ୍ତ ଥିଲେ ମେଡ଼ିଲଏଡ଼ ମେଡିକାମେଣ୍ଟ ସଂସ୍ଥାର ମ୍ୟାନେଜର ପ୍ରୀତି ରଞ୍ଜନ ଓ ଗୋଦାମ ଇନଚାର୍ଜ ସତ୍ୟ ପ୍ରକାଶ । ମହାମାରୀ ସମୟରେ ନକଲି ଔଷଧ ବ୍ୟବସାୟ କରି ଲୋକଙ୍କ ଜୀବନ ସହ ଖେଳିଥିଲେ ଉଭୟ । ଅଭିଯୋଗ ସମ୍ପର୍କରେ ଜଣାପଡିବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଥିଲା । ପରେ ଉଭୟଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF। କିନ୍ତୁ ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ସମ୍ପୃକ୍ତ ସଂସ୍ଥାର ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନାଙ୍କ ଜାମିନ ମଞ୍ଜୁର ହୋଇଥିବା ସୂଚନା ରହିଛି । ଶୁଭଲକ୍ଷ୍ମୀ ବ୍ୟବସାୟ ସହ ସିଧାସଳଖ ଜଡିତ ନ ଥିବାରୁ ସେ କୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇବାରେ ସଫଳ ହୋଇଛନ୍ତି । ଗତ ଜୁନ ୨୩ରେ କ୍ରାଇମବ୍ରାଞ୍ଚ STF ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।

ଏବେ ବି ନକଲି କେଭିଡ ଔଷଧ ରାକେଟର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ STF । ଡ୍ରଗ୍ କଣ୍ଟ୍ରୋଲ ବିଭାଗର ଅଧିକାରୀଙ୍କ ସହ ମିଶି STF ଏହି ଘଟଣାର ତଦନ୍ତ ଜାରି ରଖିଛି । ଏସଟିଏଫ ଟିମ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶ ସହ ଅନ୍ୟ କେଉଁ ରାଜ୍ୟକୁ ଏହି ରାକେଟର ଚେର ଲମ୍ବିଛି ତାହାର ମଧ୍ୟ ଅନୁସନ୍ଧାନ ଜାରି ରଖିଛି । ୩ ରାଜ୍ୟକୁ ଏସଟିଏଫ ଓ ଡ୍ରଗ କଣ୍ଟ୍ରୋଲ କାର୍ଯ୍ୟାଳୟର କିଛି ବରିଷ୍ଠ ଅଧିକାରୀ ଯାଇ ତଦନ୍ତ କରିଛନ୍ତି । ଡ୍ରଗସ କଣ୍ଟ୍ରୋଲର STF ରେ ରୁଜୁ କରିଥିବା ଏତଲାରେ ନକଲି ଔଷଧର କାରବାର କରୁଥିବା କଟକ କନିକା ଛକସ୍ଥିତ "ମେଡିଲିଓଏଡ଼ ମେଡିକାମେଣ୍ଟ"ର ମୁଖ୍ୟ ଶିବ ଜେନାକୁ ମୁଖ୍ୟ କାରପଟଦାର ଭାବେ ଦର୍ଶାଯାଇଛି । ଶିବ ପ୍ରସନ୍ନ ଜେନା, ଶୁଭଲକ୍ଷ୍ମୀ ଜେନା, ପ୍ରୀତିରଞ୍ଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତିଙ୍କ ବିରୁଦ୍ଧରେ IPC ର ଧାରା 274, 275, 276 ,420 , 467, 768,471 ଏବଂ 120 B' ସହିତ ଡ୍ରଗ ଆଣ୍ଡ କସମେଟିକ ଆକ୍ଟରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ଏସଟିଏଫ। କୋଭିଡ ରୋଗୀ ବ୍ୟବହାର କରୁଥିବା ଫାଭିମାକ୍ସ 200 ଓ ଫାଭିମାକ୍ସ 400 ର ନକଲି ଔଷଧ ମେଡ଼ିଲଏଡ଼ ମେଡିକାମେଣ୍ଟ ବିକ୍ରି କରିଥିବାର ଅଭିଯୋଗ ରହିଛି । ତେବେ ଏହି ଘଟଣାରେ ଉଭୟଙ୍କ ଜାମିନ ପୂର୍ବରୁ ଖାରଜ ହୋଇଥିବାବେଳେ ଆଜି ପୁଣି ହାଇକୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 15, 2021, 7:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.