କଟକ: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । କଟକ ଡ୍ରେନେଜ ବିଭାଗ(Drainage Division)ର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ।
ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ କଟକ ସମେତ ଭୁବନେଶ୍ୱରରେ ଥିବା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ଏହି ରେଡ଼ରେ 4 ଡ଼ିଏସପି, 8 ଇନ୍ସପେକ୍ଟର ସାମିଲ ରହିଛନ୍ତି । ତେବେ ଅଧିକ ପଚରାଉଚରା କରିବା ସହ ସର୍ଚ୍ଚ ଅପେରସନ୍ ଜାରି ରଖିଛି ଟିମ୍ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ