ETV Bharat / city

ଅସହାୟ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ପୂର୍ବତନ ବିଧାୟକ - ଅସହାୟ ରୋଗୀଙ୍କୁ ସାହାଯ୍ୟ କଲେ ପୂର୍ବତନ ବିଧାୟକ

କୋରୋନା ପାଇଁ ସାରା ଦେଶ ଲକଡାଉନ । ତେବେ ଏହି ଲକଡାଉନ ଫଳରେ ଅନେକ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମେଡିକାଲ ଆସିଥିବା ରୋଗୀମାନେ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହି ଅବସରରେ ଅସହାୟ ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ପୂର୍ବତନ କଟକ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ। ଅଧିକ ପଢନ୍ତୁ...

ex-mla-provides-ambulance-to-poor-patient
ଅସହାୟ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ପୂର୍ବତନ ବିଧାୟକ
author img

By

Published : Apr 10, 2020, 6:50 PM IST

Updated : Apr 10, 2020, 7:00 PM IST

କଟକ: କୋରୋନା ପାଇଁ ସାରା ଦେଶ ଲକଡାଉନ । ତେବେ ଏହି ଲକଡାଉନ ଫଳରେ ଅନେକ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମେଡିକାଲ ଆସିଥିବା ରୋଗୀମାନେ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହି ଅବସରରେ ଅସହାୟ ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ପୂର୍ବତନ କଟକ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ ।

ଅସହାୟ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ପୂର୍ବତନ ବିଧାୟକ

ଯେଉଁ ରୋଗୀମାନେ ମେଡିକାଲରୁ ଘରକୁ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତଥା ଯେଉଁ ମାନେ ଘରୁ ମେଡିକାଲ ଯିବାପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । କେବଳ କଟକ ନୁହେଁ ବରଂ ରାଜ୍ୟର ସମସ୍ତ ଜିଲ୍ଲାର ଅସହାୟ ରୋଗୀଙ୍କୁ ଏହି ସେବା ଯୋଗାଉଛନ୍ତି ପ୍ରଭାତ । ଆଜି ପର୍ଯ୍ୟନ୍ତ ୧୬ ଜଣ ରୋଗୀଙ୍କୁ ଏହି ଆମ୍ବୁଲାନ୍ସ ସେବା ଯୋଗାଇଥିବା ସେ କହିଛନ୍ତି । ୨ଟି ଟିମରେ ୮ ଜଣିଆ ସଦସ୍ୟ ଏହି ଆମ୍ବୁଲାନ୍ସ ସେବାରେ ନିୟୋଜିତ ରହିଥିବା ସେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ସେବା ପାଇଁ ପ୍ରଭାତ ବିଶ୍ବାଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 10, 2020, 7:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.