ETV Bharat / city

ଯୋବ୍ରା ବ୍ୟାରେଜରେ ଦନ୍ତା ହାତୀର ମୃତଦେହ ଠାବ

author img

By

Published : Sep 26, 2021, 11:06 AM IST

Updated : Sep 26, 2021, 5:06 PM IST

ଯୋବ୍ରା ବ୍ୟାରେଜରେ ଦେଖିବାକୁ ମିଳୁଛି ଏକ ହାତୀର ଗୋଡ । ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍‌ ନିକଟରେ ଫସି ଥିବା ହାତୀ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ଅଧିକ ପଢନ୍ତୁ...

ଯୋବ୍ରା ବ୍ୟାରେଜରେ ମୃତ ହାତୀ ଠାବ !
ଯୋବ୍ରା ବ୍ୟାରେଜରେ ମୃତ ହାତୀ ଠାବ !

କଟକ: ଯୋବ୍ରା ବ୍ୟାରେଜ୍‌ରୁ ଆଜି(ରବିବାର) ଏକ ହାତୀର ମୃତଦେହ ଠାବ କରାଯାଇଛି । ତେବେ ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍‌ ନିକଟରେ ଫସି ଥିବା ହାତୀ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ବନ ବିଭାଗ ପକ୍ଷରୁ ମଧ୍ୟ ଏନେଇ କିଛି ସ୍ପଷ୍ଟ କରାଯାଇ ନଥିବାବେଳେ ବର୍ତ୍ତମାନ ସୁଦ୍ଧା ମୃତ ହାତୀଟିକୁ ଉଦ୍ଧାର କରାଯାଇ ପାରିନାହିଁ ।

ଯୋବ୍ରା ବ୍ୟାରେଜରେ ଦନ୍ତା ହାତୀର ମୃତଦେହ ଠାବ

ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଏକ ଦନ୍ତା ହାତୀ ଦୀର୍ଘ ସମୟ ଧରି ଫସି ରହିଥିଲା । ଏହି ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍‌ର ଏକ ବୋଟ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ଏଥିରେ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କ ମୃତ୍ୟୁ ହେବା ସହ ଓଡ୍ରାଫ୍ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

ଯୋବ୍ରା ବ୍ୟାରେଜରେ ଦନ୍ତା ହାତୀର ମୃତଦେହ ଠାବ

ବୋଟ୍ ଦୁର୍ଘଟଣା ପରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ନଦୀ ଭିତରେ ସେମିତି ଛିଡ଼ା ହୋଇ ରହିଥିଲା । ଲୋକେ ନିଆଁ ଲଗାଇ ତାକୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ଶନିବାର ସକାଳେ ହାତୀଟି ସେଠାରେ ଆଉ ନଥିଲା । ହାତୀଟି ସୁରକ୍ଷିତ ଭାବେ ସେଠାରୁ ଚାଲି ଯାଇଥିଲା କି ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲା, ସେନେଇ ବନ ବିଭାଗ ବା ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନଥିଲା । ଆଜି ଯୋବ୍ରା ବ୍ରିଜ ନିକଟରେ ଏକ ହାତୀର ଗୋଡ ଦେଖାଯାଉଛି । ତେବେ ଏହି ହାତୀଟି ସେହି ଦନ୍ତା ହାତୀକି ନୁହଁ ତାହା ସ୍ପଷ୍ଟ ହୋଇନାହିଁ ।

ସେପଟେ ଯୋବ୍ରା ବ୍ୟାରେଜ ନିକଚରେ ଲାଖି ରହିଥିବା ହାତୀଟିକୁ ଉଦ୍ଧାର କରିବାକୁ ବନବିଭାଗ ବନ୍ଧ ଖୋଲିଥିବା ବେଳେ ହାତୀଟି ନଦୀର ପାଣି ସ୍ରୋତରେ ଆଗକୁ ଭାସି ଯାଇଥିବା ଦେଖିବାକୁ ମିଳିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 26, 2021, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.