କଟକ: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବାରବାଟୀ ଆସନରୁ ଳଢିବାକୁ ଯାଉଛନ୍ତି ମହମ୍ମଦ ମୋକିମ୍। ଚଳିତ ଥର କଟକରେ ଶାସକ ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା ।
ଦୀର୍ଘ 19 ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି କେବଳ ଦାରିଦ୍ର୍ୟତା, ବେକାରୀ, କାଳିଆ ଯୋଜନା ଓ ଜଳସେଚନ ନାମରେ ମିଥ୍ୟା କଥା କହି ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ରାଜ୍ୟ ସରକାର । ବିଶେଷ କରି କଟକବାସୀ ଏହି କଳଙ୍କିତ ଅଧ୍ୟାୟରେ ବେଶ ନିଷ୍ପେଷିତ ହୋଇଛନ୍ତି । କିନ୍ତୁ ସମୟ ଆସିଛି ବିଜେଡିକୁ ଉଚିତ୍ ଜବାବ ଦେବାର ବୋଲି କହିଛନ୍ତି କଂଗ୍ରେସ ସଭାପତି ମହମ୍ମଦ ମୋକିମ୍।
ସେ ଆହୁରି କହିଛନ୍ତି, କେନ୍ଦ୍ରସରକାର ମଧ୍ୟ ସମାନ ଢଙ୍ଗରେ ରାଜ୍ୟ ପ୍ରତି ଅଣଦେଖା କରୁଛନ୍ତି । ହଜାର ବର୍ଷର ସହର କଟକରେ ଏଯାବତ ଡ୍ରେନ ଓ ସ୍ବରେଜ କାମ ଅଧାପାନ୍ତରିଆ ହୋଇ ପଡିରହିଛି । ଯାହାକୁ ନେଇ ହନ୍ତସନ୍ତ ସହରବାସୀ । କିନ୍ତୁ ଆଉ ନୁହେଁ ଆସନ୍ତା ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ମାତ ଦେଇ କଂଗ୍ରେସ କଟକରେ ବିଜୟ ମଙ୍ଗ ଧରିବ ।
ପ୍ରକାଶ ଯେ, ମୋକିମ୍2014 ସାଧାରଣ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ ହେଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନ ହାରି ଦ୍ଵିତୀୟ ସ୍ଥାନରେ ରହିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ