କଟକ: ଆସନ୍ତା ୨୪ ରେ ହେବ ସିଏମସି ନିର୍ବାଚନ । ୫୯ ଟି ୱାର୍ଡ ପାଇଁ ୪୪୯ ଟି ବୁଥରେ ହେବ ମତଦାନ । ଏଥର ଇଭିଏମରେ ଭୋଟ ହେବ। ସମସ୍ତ ୪୪୯ଟି ବୁଥ ପାଇଁ ଇଭିଏମ ପ୍ରସ୍ତୁତ ରଖାଯାଇଥିବା ବେଳେ ପ୍ରତ୍ୟକ ୱାର୍ଡ ପାଇଁ ଅତିରିକ୍ତ ଦୁଇଟି ଲେଖାଏଁ ଇଭିଏମ ରଖାଯିବ । ସେହିପରି ମେୟର ନିର୍ବାଚନ ପାଇଁ ମଧ୍ୟ ୫୦ ଟି ଅତିରିକ୍ତ ଇଭିଏମ ରିଜର୍ଭରେ ରଖାଯିବ। ଯଦି କୌଣସି ବୁଥରେ ଇଭିଏମ ଖରାପ ହୋଇଯାଏ । ତେବେ ଏହି ଅତିରିକ୍ତ ଇଭିଏମକୁ ବ୍ୟବହାର କରାଯିବ ବୋଲି ସିଏମସି ନିର୍ବାଚନ ଅଧିକାରୀ କହିଛନ୍ତି । ସେହିପରି ଭୋଟ ଗଣତି ପାଇଁ ଦୁଇଟି ହଲ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ