କଟକ: ଭାଇଚାରା ସହର କଟକରେ ନିରାଡମ୍ବର ଭାବେ ପାଳିତ ହେଲା ଇଦ ପର୍ବ । ପ୍ରଶାସନର କଟକଣାକୁ ମାନି ଘରେ ପଢିଲେ ନମାଜ ପାଠ। ଶୂନଶାନ କଟକର ସମସ୍ତ ମସଜିଦ। ସହରର ଅନେକ ମସଜିଦରେ ଆଜି ତାଲା ଝୁଲୁ ଥିବାର ଦେଖିବାକୁ ମିଳିଛି । ଲକଡାଉନ ପ୍ରଭାବରେ ପ୍ରଭାବିତ ହୋଇଛି ପବିତ୍ର ପର୍ବ ଇଦ। ତେବେ ମସଜିଦରେ କଟକଣା ଲାଗୁ ଥିବାରୁ ମସଜିଦ ବାହାରେ ଜଣେ ଶ୍ରଦ୍ଧାଳୁ ନମାଜ ପାଠ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ