ETV Bharat / city

ସରକାରୀ ବିଭାଗ ପାଇଁ ଇ-ଫାଇଲିଂ ବାଧ୍ୟତାମୂଳକ - ସରକାରୀ ବିଭାଗ ପାଇଁ ଇ ଫାଇଲିଂ ବାଧ୍ୟତାମୂଳକ

ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ ପାଇଁ ଇ-ଫାଇଲିଂ ବାଧ୍ୟତାମୂଳକ । ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ବିଭାଗଗୁଡିକ ଇ-ଫାଇଲିଂ ବ୍ୟବସ୍ଥା ଦ୍ବାରା ମାମଲା ଦାୟର କରିବେ । ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସମ୍ପର୍କିତ ସୂଚନା ଇ-ମେଲ ମାଧ୍ୟମରେ ସେମାନଙ୍କୁ ପଠାଯିବ । ଅଧିକ ପଢନ୍ତୁ...

ସରକାରୀ ବିଭାଗ ପାଇଁ ଇ-ଫାଇଲିଂ ବାଧ୍ୟତାମୂଳକ
ସରକାରୀ ବିଭାଗ ପାଇଁ ଇ-ଫାଇଲିଂ ବାଧ୍ୟତାମୂଳକ
author img

By

Published : Nov 6, 2021, 7:51 AM IST

କଟକ: ନଭେମ୍ବର ପହିଲାରୁ ପ୍ରତି ସରକାରୀ ବିଭାଗ ପାଇଁ ହାଇକୋର୍ଟରେ ମାମଲାଗୁଡିକର ଇ-ଫାଇଲିଂ ନିୟମ ବାଧ୍ୟତାମୂଳକ କରାଯାଇଛି । ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଇ-ଫାଇଲିଂ ବ୍ୟବସ୍ଥା ଦ୍ବାରା ମାମଲା ଦାୟର କରିବେ । ଏହି ପ୍ରସଙ୍ଗରେ ସମସ୍ୟା ହେଲେ ହାଇକୋର୍ଟଙ୍କ ଇ-ଫାଇଲିଂ ଷ୍ଟେସନର ସହାୟତା ନିଆଯାଇପାରିବ ବୋଲି ଏ ସମ୍ପର୍କିତ ହାଇକୋର୍ଟଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଏହି ବ୍ୟବସ୍ଥା ଦ୍ବାରା ବିଭିନ୍ନ ସମୟରେ ହାଇକାର୍ଟଙ୍କ ନିର୍ଦ୍ଦେଶ ପାଇବା ପାଇଁ ସରକାରୀ ବିଭାଗଗୁଡିକୁ ଆଉ ବହୁ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ ।

ସେହିପରି କେନ୍ଦ୍ର ସରକାରଙ୍କ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରୁ ହାଇକୋର୍ଟରେ ମାମଲାଗୁଡିକର ଇ-ଫାଇଲିଂ ବାଧ୍ୟତାମୂଳକ କରାଯାଇଥିବା ସୂଚନା ମିଳିଛି । ଏଥିସହିତ ଏଣିକି ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସମ୍ପର୍କିତ ସୂଚନା ବିଭିନ୍ନ ସରକାରୀ ବିଭାଗ ଇ-ମେଲ ମାଧ୍ୟମରେ ପାଇପାରିବେ । ଏଥିପାଇଁ ଅଟୋମେଟେଡ୍ ଇ-ମେଲ ଆଲର୍ଟ ବ୍ୟବସ୍ଥା ନଭେମ୍ବର ୧ରୁ ଆରମ୍ଭ କରାଯାଇଛି ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ହାଇକୋର୍ଟ ପ୍ରଦାନ କରୁଥିବା ରାୟ ଓ ନିର୍ଦ୍ଦେଶନାମା ୱେବସାଇଟରେ ଅପଲୋଡ ହେବା ମାତ୍ରେ ମାମଲାରେ ପକ୍ଷ ଥିବା ସମ୍ପୃକ୍ତ ସରକାରୀ ବିଭାଗର ଇ-ମେଲକୁ ଏହା ପଠାଯିବ । କେସ ଇନଫରମେସନ ସିଷ୍ଟମ(ସିଆଇଏସ)ରେ ପଞ୍ଜୀକୃତ ସରକାରୀ ବିଭାଗଗୁଡିକ ଇ-ମେଲ ମାଧ୍ୟମରେ ଏପରି ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ପାଇପାରିବେ । ସିଆଇଏସରେ ସବୁ ସରକାରୀ ବିଭାଗର ମାଷ୍ଟର ଡାଟା ରଖାଯିବ । ବିଭିନ୍ନ ବିଭାଗର ନୋଡାଲ ଅଫିସର, ଇ-ମେଲ ଆଇଡି ଓ ଅନ୍ୟାନ୍ୟ ତଥ୍ୟ ସଂଲଗ୍ନ କରିବା ସହିତ ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ଅପ‌ଗ୍ରେଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.