କଟକ: ଅଷ୍ଟମୀ ପୂଜା ପାଇଁ ଉତ୍ସବମୁଖର କଟକ ସହର। ଚଳଚଞ୍ଜଳ ହୋଇପଡ଼ିଛି ପୂଜା ମଣ୍ଡପ । ଚାନ୍ଦିମେଢ ସହ ତାରକସିର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।
ସେପଟେ ପୁରାତନ ପୂଜା କମିଟି ଭାବେ ପରିଚିତ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମଧ୍ୟ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଗହଳିକୁ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରିଛି ।
ମା'ଙ୍କ ମଣ୍ଡପରେ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସମସ୍ତ ପ୍ରକାର ରୀତିନିତି ବିଷୟରେ ସବିଶେଷ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ