ETV Bharat / city

ମା’ ଦୁର୍ଗା ପିନ୍ଧିଲେ ପାଟ ଶାଢୀ - କଟକରେ ଦୁର୍ଗାପୂଜା

ଗୁରୁବାର ମା ଦୁର୍ଗାଙ୍କ ଷଷ୍ଠୀ ପୂଜା । ଏହାର ଦିନକ ପୂର୍ବରୁ ମାଙ୍କ ପାଟଶାଢୀ ପିନ୍ଧିବା ବିଧି ସମ୍ପର୍ଣ୍ଣ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 2, 2019, 10:14 PM IST

କଟକ: ଆସିଛି ପାର୍ବଣ । ଧରାଧାମକୁ ଆସିବେ ମା’ ଦୁର୍ଗା । ମା’ଙ୍କ ସ୍ବାଗତ ପାଇଁ ଅପଲକ ନୟନରେ ଚାହିଁ ରହିଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ତେବେ ଦୁଇ ଦିନ ପରେ ମା’ ଜଗତଜନନୀଙ୍କ ଦୁର୍ଗାଙ୍କ ସପ୍ତମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ତେବେ ଆଜି ମାଙ୍କ ପାଟ ଶାଢୀ ପିନ୍ଧିବା ବିଧି ସମ୍ପର୍ଣ୍ଣ ହୋଇଛି । ରୀତିନୀତି ଅନୁଯାୟୀ ମାଙ୍କୁ ପାଟ ଶାଢ଼ୀ ପିନ୍ଧା ଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ରଙ୍ଗ କାମ ସରିବା ପରେ ମା ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀଙ୍କର ପାଟ ଶାଢ଼ୀ ପିନ୍ଧା କାର୍ଯ୍ୟ ଗୋପନରେ ସମ୍ପାଦିତ ହୋଇଥିଲା । ଏପଟେ ଗୁରୁବାର ମାଙ୍କ ଷଷ୍ଠୀ ପୂଜା ଥିବାରୁ ପ୍ରସ୍ତୁତି ପର୍ଯ୍ୟାୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଦୋଳମୁଣ୍ଡେଇ ପୂଜା କମିଟିରେ ମାଙ୍କ ମୂର୍ତ୍ତିକୁ ଜୀବନ୍ତ ଭାବେ ଗଢି ତୋଳିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବଙ୍ଗୀୟ କାରିଗର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଦୁର୍ଗାପୂଜା କୁ ରହିଲା ଅଳ୍ପ ଦିନ । ଏହାପୂର୍ବରୁ ମାଆ ଙ୍କ ସମସ୍ତ ପୃସ୍ତୁତି ପର୍ବ ପଖାପାଖି ସେଷ ପର୍ଯ୍ୟାୟରେ । ରଙ୍ଗ କାମ ସରିବା ପରେ ଆଜି ସରିଛି ମାଆ ଦୁର୍ଗାଙ୍କର ପାଟ ଶାଢ଼ୀ ପିନ୍ଧିବା ବିଧି । ବିଭିନ୍ନ ରୀତି ନୀତି ଅନୁଯାୟୀ ମାଆ ଙ୍କୁ ଆଜି ପାଟ ଶାଢ଼ୀ ପିନ୍ଧା ଯାଇଛି । ତେବେ ଦେଖୁ ଦେଖୁ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ସୂଚନା ଦେଇଛନ୍ତି ପୂଜା କମିଟି ସଦସ୍ୟ ।

Body:ଭିଓ୧: ଦୁଇ ଦିନ ପରେ ସପ୍ତମୀ ପୂଜା । ଯେଉଁ ଦିନ ମାଆ ଯିବ ନ୍ୟାସ ପାଇବେ ଓ ଚକ୍ଷୁଦାନ କରାଯିବ । ତା ପୂର୍ବରୁ ମାଆ ଙ୍କର ସମସ୍ତ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟ ରେ । ରଙ୍ଗ କାମ ସରିବା ପରେ ମାଆ ଓ ପାର୍ଶ୍ଵ ଦେବାଦେବୀଙ୍କର ପାଟ ଶାଢ଼ୀ ପିନ୍ଧା କାର୍ଯ୍ୟ ଆଜି ଗୋପନ ରେ ସମ୍ପାଦିତ ହୋଇଛି । ତେବେ ଏହି ପ୍ରକ୍ରିୟା ରେ 2 ଟି ପାଟ ଶାଢ଼ୀ ମାଆ ପରିଧନ କରିଥାନ୍ତି । ଏହାସହିତ ଯେଉଁ ରଙ୍ଗ ମାଆ ଙ୍କ ଶରୀର ରେ ଲେପନ କରାଯାଏ ତାହା ସମ୍ପୂର୍ଣ୍ଣ ପାଣି ରଙ୍ଗ । ଯାହା ମାଆ ଙ୍କ ସେହି ଭକ୍ତିମୟ ରୂପକୁ ବେଶ ମାର୍ଜିତ କରିଥାଏ ।

ବାଇଟ: ଲିଙ୍ଗରାଜ ହାତୀ( ସାଧାରଣ ସମ୍ପାଦକ ହରିପୁର ଦୋଳମୁଣ୍ଡେଇ ପୂଜା କମିଟି )

ଭିଓ2: ମାଆ ଦୁର୍ଗା ଙ୍କ ଏହି ସୁନ୍ଦର ରୂପକୁ ସମ୍ପୂର୍ଣ ରୂପେ ବଙ୍ଗୀୟ ଢ଼ଂଚା ଗଢି ତୋଳିଛନ୍ତି ବଙ୍ଗୀୟ କାରିଗର । ଯେପରି ମାଆ ଜଗତ ଜନନୀ ଙ୍କୁ ଦେଖିଲେ ଲାଗିବ ମାଆ ଜୀବନ୍ତ ରୂପେ ଉଭା ହୋଇ ଭକ୍ତ ଙ୍କୁ ଅଭୟ ବର ପ୍ରଦାନ କରୁଛି । ତେବେ ଷଷ୍ଠୀ ପୂଜା ପୂର୍ବରୁ ମାଆ ଙ୍କୁ ସମ୍ପୂର୍ଣ ରୂପେ ଭକ୍ତ ଦେଖି ପାରିବେ ବୋଲି କହିଛନ୍ତି କାରିଗର ।

ବାଇଟ: ବାପୁ(ବଙ୍ଗୀୟ କାରିଗର )

Conclusion:ଫାଭିଓ: ତେବେ ଅପେକ୍ଷା କେବଳ ସେହି ଦିନକୁ । ଯେଉଁ ଦିନ ମାଆ ଜଗତ ଜନନୀ ତାର ପ୍ରଥମ ଦର୍ଶନ ଦେବ ଆଉ ତା ଭକ୍ତ ର ଆବେଗ ମନକୁ ଶାନ୍ତି ପ୍ରଦାନ କରିବ ।

କଟକ ରୁ ପ୍ରଭୁ କଲ୍ୟାଣ ପାଲ ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.