ETV Bharat / city

କଟକରେ ବେଆଇନ ବିକ୍ରି ହେଉଥିଲା କଫ୍‌ ସିରଫ, ଗୋଦାମ ସିଲ୍‌ - ବେଆଇନ କଫ ସିରଫ ଜବତ

କଟକରେ ବେଆଇନ କଫ ସିରଫ ଜବତ। ମଧୁପାଟଣା ଥାନା ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲର ମିଳିତ ଉଦ୍ୟମରେ ଚଢାଉ କରାଯାଇ 32 ଶହ ବୋତଲ ବେଆଇନ କଫ ସିରଫ ଜବତ କରାଯାଇଛି । ଅଧିକ ପଢନ୍ତୁ

drugs controller team sealed Illegal cough syrup godown at cuttack
କଟକରେ ବେଆଇନ ବିକ୍ରୀ ହେଉଥିଲା କଫ୍‌ ସିରଫ, ଗୋଦାମ ସିଲ୍‌
author img

By

Published : Jan 29, 2022, 8:45 PM IST

Updated : Jan 29, 2022, 8:53 PM IST

କଟକ: କଟକରେ ବେଆଇନ କଫ ସିରଫ ଜବତ। ମଧୁପାଟଣା ଥାନା ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲର ମିଳିତ ଉଦ୍ୟମରେ ଚଢାଉ କରାଯାଇ ଏହି ବେଆଇନ କଫ ସିରଫ ଜବତ କରାଯାଇଛି । ଖପୁରିଆ ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରାଯାଇ କଫ ସିରଫର 32 ଶହ ବୋତଲ ଜବତ ହୋଇଛି ।

କଟକରେ ବେଆଇନ ବିକ୍ରୀ ହେଉଥିଲା କଫ୍‌ ସିରଫ, ଗୋଦାମ ସିଲ୍‌

ଏହାମଧ୍ୟ ପଢନ୍ତୁ: SCBରୁ ପୁଣି ଦଲାଲ ଗିରଫ: ନିରୀହ ରୋଗୀଙ୍କୁ ପ୍ରଲୋଭିତ କରି ପଠାଉଥିଲା ଘରୋଇ ହସ୍ପିଟାଲ

ଯାହାର ଆନୁମାନିକ ମୂଲ୍ୟ ସାଢ଼େ ଚାରି ଲକ୍ଷ ଟଙ୍କା ହୋଇଥିବାବେଳେ ଚଢାଉବେଳେ ଜଣଙ୍କୁ ଅଟକ ରଖାଯାଇଛି। ଏଗୁଡିକୁ କୋଲକାତାରୁ ବେଆଇନ ଭାବେ ଆମଦାନୀ କରାଯାଇ ଓଡ଼ିଶା ବଜ଼ାରରେ ବିକ୍ରି କରାଯାଉଥିଲା। NDPS ଆକ୍ଟରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 29, 2022, 8:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.