କଟକ: ଡାକ୍ତର ଦେବାଶିଷ ଘୋଷଙ୍କୁ ମିଳିଲା ଜାମିନ । ବିରମିତ୍ରପୁର ନାବାଳିକାଙ୍କୁ ଥାନାରେ ବଳାତ୍କାର ଘଟଣାରେ ଗିରଫ ଡାକ୍ତର ଦେବାଶିଷ ଘୋଷଙ୍କୁ ଓଡିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ଜାମିନର ସର୍ତ୍ତ ରଖିବେ ନିମ୍ନ ଅଦାଲତ। ବୀରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଅଟନ୍ତି ଘୋଷ। ସେ ବେଆଇନ ଭାବେ ନାବାଳିକାଙ୍କ ଗର୍ଭପାତ କରିଥିଲେ। ଯାହାକୁ ନେଇ ଗତ ଜୁଲାଇ ୭ରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ