କଟକ: ମାହାଙ୍ଗାରେ ରାଜନୈତିକ ହିଂସାର ନିସ୍କର୍ଷ ହେଉଛି ମୃତ୍ୟୁ । କିଛି ଦିନ ହେବ କୁଳମଣି ବରାଳ ଓ ତାଙ୍କ ସାଥିଙ୍କୁ ହତ୍ୟା କରାଯାଇଥିଲା । ଏହାପୂର୍ବରୁ ବିକାଶ ଜେନା ମଧ୍ୟ ହତ୍ୟାକାଣ୍ଡର ଶିକାର ହୋଇ ଆଖି ବୁଜିଥିଲେ । ଏହାରି ମଧ୍ୟରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳ ମଧ୍ୟ ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି ।
ତେବେ ଏହାରି ଭିତରେ ଗୋଟିଏ କଥା ସ୍ପଷ୍ଟ ହେଉଛି ସ୍ଥାନୀୟ ଶାସକ ଦଳ କ୍ରୁରତା ଯୋଗୁଁ ଏପରି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ପୁରନ୍ଦେଶ୍ବରୀ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ