ETV Bharat / city

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁନାହାଁନ୍ତି ଡାକ୍ତର, ନର୍ସ ତୁଲାଉଛନ୍ତି କାମ

ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ କେନ୍ଦ୍ରକୁ ଆସୁନାହାନ୍ତି ଡାକ୍ତର । ଗୁରୁତରଭାବେ ପ୍ରଭାବିତ ହେଉଛନ୍ତି କ୍ୟାନସର ରୋଗୀ । ନର୍ସ ତୁଲାଉଛନ୍ତି ଡାକ୍ତରଙ୍କ କାମ । ଗୁରୁତର ରୋଗୀଙ୍କ ସେବା ପାଇଁ ଫୋନ କଲେ ବି ରିସିଭ କରୁନାହାନ୍ତି ଡାକ୍ତର । ଅଧିକ ପଢନ୍ତୁ...

author img

By

Published : Jul 1, 2020, 10:45 PM IST

Updated : Jul 2, 2020, 4:52 PM IST

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁନାହାନ୍ତି ଡାକ୍ତର, ନର୍ସ ତୁଲାଉଛନ୍ତି କାମ

କଟକ: କୋରୋନା ସମୟରେ ସରକାରୀ ବା ବେସରକାରୀ ହସ୍ପିଟାଲ ଗୁଡିକରେ ଗୁରୁତର ରୋଗୀଙ୍କ ଚିକିତ୍ସା ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି ସଜାଗ ରହିବାକୁ ରାଜ୍ୟର ସମସ୍ତ ହସ୍ପିଟାଲଗୁଡିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତା ତଥା କୋଭିଡ ନିୟମ ପାଳନ କରି ଅତି ଗୁରୁତର ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ କୁହାଯାଇଛି । ହେଲେ ସତେ ଯେପରି କାଗଜ କଲମରେ ସୀମିତ ରହି ଯାଇଛି ଏହି ନିର୍ଦ୍ଦେଶ ।ସବୁଠାରୁ ବଡ଼ କଥା ହେଉଛି ଏହି ନିୟମକୁ ସରକାରୀ ହସ୍ପିଟାଲରେ ଉଲ୍ଲଙ୍ଘନ କରାଯାଉଛି । କଟକ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ କେନ୍ଦ୍ରରେ ଏହାର ଚରମ ଅବହେଳା ଦେଖିବାକୁ ମିଳିଛି । ଏକଥା ଆଉ କେହି ନୁହେଁ ବରଂ ପ୍ରତିଷ୍ଠାନ କେନ୍ଦ୍ରର ଷ୍ଟାଫ ନର୍ସ ହିଁ ଅଭିଯୋଗ କରିଛନ୍ତି। କେବଳ ଷ୍ଟାଫ ନର୍ସଙ୍କ ମାଧ୍ୟମରେ କ୍ୟାନସର ହସ୍ପିଟାଲରେ ଚିକିତ୍ସା କାର୍ଯ୍ୟ ଚାଲିଛି । ହସ୍ପିଟାଲକୁ ଆସୁନାହାନ୍ତି ଡାକ୍ତର । ଏପରିକି ଅତି ଗୁରୁତର ରୋଗୀଙ୍କ ସେବା ପାଇଁ ଡାକ୍ତରଙ୍କୁ ଫୋନ କଲେ ଡାକ୍ତର ଫୋନ ରିସିଭ କରୁନଥିବା ହସ୍ପିଟାଲର ଷ୍ଟାଫ ନର୍ସମାନେ ଅଭିଯୋଗ କରିଛନ୍ତି ।

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁନାହାଁନ୍ତି ଡାକ୍ତର, ନର୍ସ ତୁଲାଉଛନ୍ତି କାମ

ବିନା ଡ଼ାକ୍ତରରେ ଚାଲିଛି ରାଜ୍ୟର ସବୁଠାରୁ ବଡ଼ କ୍ୟାନସର ହସ୍ପିଟାଲ। ଆଉ ଗୁରୁତର ଭାବର ପ୍ରଭାବିତ ହେଉଛନ୍ତି ରୋଗୀ । ପ୍ରିୟମ ସାମଲ ନାମକ ଜଣେ ବ୍ୟକ୍ତି ୧୦ ଦିନ ହେଲା ତାଙ୍କ ମାଙ୍କ ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନକୁ ଅସିଛନ୍ତି । ଡାକ୍ତର ଚିକିତ୍ସା କରିବେ କଣ, ତାଙ୍କର ଦର୍ଶନ ମିଳୁନାହିଁ।ଫଳରେ ଦିନକୁ ଦିନ ତାଙ୍କ ମାଆଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଲାଣି । କେବଳ ସେତିକି ନୁହେଁ ଡାକ୍ତର ଆସୁନଥିବାରୁ ମଙ୍ଗଳବାର ଜଣେ ରୋଗୀ ଚିକିତ୍ସା ଅଭାବରୁ ବାହାରେ ପଡି ପଡି ମୃତ୍ୟବରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ମୁହଁ ଖୋଲୁ ନାହାନ୍ତି କ୍ୟାନସର ପ୍ରତିଷ୍ଠାନର ନିର୍ଦ୍ଦେଶକ । ସେପଟେ କଟକ ଜିଲ୍ଲାପାଳ କହିଛନ୍ତି ସେଭଳି କୌଣସି ଅଭିଯୋଗ ତାଙ୍କ ପାଖକୁ ଆସିନାହିଁ । ଯଦି ଆସେ ସେନେଇ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ।

ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନ କେନ୍ଦ୍ରର କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଡ୍ୟୁଟି କରୁଛନ୍ତି କେବଳ ନର୍ସ। ମାତ୍ର ଡାକ୍ତରମାନଙ୍କର ଦର୍ଶନ ମିଳୁନାହିଁ । ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ପରିସ୍ଥିତି କଣ ହେବ ତାହା ନ କହିବା ଭଲ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 2, 2020, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.