କଟକ: ସିଲିଭର ସିଟିରେ ପର୍ଯ୍ୟଟନକୁ ଫୋକସ । ଟିରୁଜିମର ବିକାଶ ସହିତ ଆର୍ଥିକ ବିକାଶକୁ ଅଗ୍ରାଧିକାର ଦିଆଯାଇ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛି ଜିଲ୍ଲା ପ୍ରଶାସନ । ଏହି ଅବସରରେ ଓଡିଶାର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ଡା କୟଳପଡା ପଞ୍ଚାୟତ ସ୍ଥିତ ନୂଆପଟଣା ଠାରେ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନରେ କରିଥିଲେ ।
ସେଠାରେ ସେ ଉପଲବ୍ଧ ଥିବା ୧୦୦ ଏକରରୁ ଊର୍ଦ୍ଧ୍ବ ସରକାରୀ ଶୁଷ୍କ, ଜଳ ଓ ପାହାଡିଆ ଚଟାଣ ଜମିରେ ଆବଶ୍ୟକ ଅନୁଯାଇ ଜମିରେ ପ୍ଲାନେଟରୟମ ଓ ବିଜ୍ଞାନ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଳାପାଳଙ୍କ ଠୁ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଏହି ପ୍ରକଳ୍ପ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟଟନ, ସଂସ୍କୃତି , ପଞ୍ଚାୟତରାଜ , ରାଜସ୍ବ,ଜଳ ସମ୍ପଦ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆଦି ବିଭାଗ ମାନଙ୍କରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରାଯିବା ସମ୍ପର୍କରେ ମନ୍ତ୍ରୀ ସାଂସଦଙ୍କ ଉପସ୍ଥିତିରେ ଜିଲ୍ଳାପାଳଙ୍କ ସହିତ ଆଲୋଚନା କରିଥିଲେ ମନ୍ତ୍ରୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ