ETV Bharat / city

ଓଡ଼ିଆ ସିନେମା ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ - ଛବିରାଣୀ ସିନେମା

ଓଡ଼ିଆ ସିନେମା ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଛବିରାଣୀ ସିନେମାର ନିର୍ଦ୍ଦେଶକ ବବି ଇସଲାମ । ଅଧିକ ପଢନ୍ତୁ...

ଓଡ଼ିଆ ସିନେମା ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

author img

By

Published : Nov 8, 2021, 7:49 PM IST

କଟକ: ବିବାଦକୁ ଆସିଲା ପୁରସ୍କାର ଘୋଷଣା ଓ ସିନେମା ଚୟନ କାର୍ଯ୍ୟ । ଏଥିରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଛବିରାଣୀ ସିନେମାର ନିର୍ଦ୍ଦେଶକ ବବି ଇସଲାମ । ନକଲ ହୋଇଥିବା ସିନେମାକୁ ପୁରସ୍କାର ଦିଆଯାଉଥିବା ବେଳେ ନିଚ୍ଛକ ଓଡ଼ିଆ କାହାଣୀକୁ ବାଦ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ବବି ।

ଓଡ଼ିଆ ସିନେମା ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ଏହି ପୁରସ୍କାର ଓ ସମ୍ମାନର ପୁନର୍ବିଚାର ଦାବି କରିବା ସହ ଛବିରାଣୀ ଟିମ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ବବି ଇସଲାମ କହିଛନ୍ତି । ୨୦୧୯-୨୦ର ଓଡ଼ିଆ ସିନେମା ପାଇଁ ପୁରସ୍କାର ଓ ସମ୍ମାନ ଘୋଷିତ ହୋଇଛି ଏବଂ ୧୮ଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ନାମ ଘୋଷଣା କରାଯାଇଛି । ଭୁବନେଶ୍ବର ସଂସ୍କୃତି ଭବନରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2019 ଘୋଷଣା କରିଯାଇଥିଲା । 2019 ଲାଗି ଜୟଦେବ ସମ୍ମାନ ପାଇବେ ପ୍ରଯୋଜକ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର । ସେହିଭଳି ଶ୍ରେଷ୍ଠ ଚଳଚିତ୍ର ଲାଗି ମୋହନ ସୁନ୍ଦର ଦେବ ଗୋସ୍ବାମୀ, ପ୍ରଯୋଜକ ନୀଳମାଧଵ ପଣ୍ଡା ଚଳଚ୍ଚିତ୍ର 'କାଲିର ଅତୀତ' ଲାଗି ପାଇଛନ୍ତି ପୁରସ୍କାର ।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳ ମାଧବ ପଣ୍ଡା, ଖୁସି ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ଅଭିନେତା ଭାବେ ସରୋଜ ପରିଡା, ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବ୍ୟା କିରଣ ସମ୍ମାନିତ ହୋଇଛନ୍ତି । ଚଳଚ୍ଚିତ୍ର ଶଲା ବୁଢ଼ାର ବଦଲା ଲାଗି ଶ୍ରେଷ୍ଠ କାହାଣୀ କପିଳେଶ୍ବର ପ୍ରସାଦ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ସମ୍ମାନିତ ହୋଇଛନ୍ତି । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସ୍ବୟଂମ ପାଢ଼ୀ ଚଳଚ୍ଚିତ୍ର 'ଦେଖା ହେଲେ ପ୍ରେମ ହେଲା ଏ କେଉଁ ଋତୁ ଏ କେଉଁ ରାସ୍ତା' ଲାଗି, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଦୀପ୍ତି ରେଖା ପାଢ଼ୀ 'ଫ୍ରମ ମି ଟୁ ୟୁ' ହୋଇଛନ୍ତି ସମ୍ମାନିତ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.