ETV Bharat / city

କଟକରେ ଡେଙ୍ଗୁ ସ୍ଥିତି ସ୍ଥିର: CMC ସ୍ବାସ୍ଥ୍ୟ ଅଧିକାରୀ - ସିଏମସି ଅଧିକାରୀ

ଟ୍ବିନସିଟିରେ ପ୍ରତିଦିନ ଡ଼େଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ତଥାପି ଜିଲ୍ଲାରେ ଡେଙ୍ଗୁ ଷ୍ଟାଟସ ସ୍ଥିର ଅଛି ବୋଲି କହିଛନ୍ତି ସିଏମସି ଅଧିକାରୀ । ଅଧିକ ପଢନ୍ତୁ...

କଟକରେ ଡେଙ୍ଗୁ ଷ୍ଟାଟସ ସ୍ଥିର: CMC ସ୍ବାସ୍ଥ୍ୟ ଅଧିକାରୀ

author img

By

Published : Aug 17, 2021, 5:47 PM IST

କଟକ: ଡ଼େଙ୍ଗୁକୁ ନେଇ ଟ୍ବିନସିଟିରେ ବଢିବାରେ ଲାଗିଛି ଚିନ୍ତା । ପ୍ରତିଦିନ ଶତାଧିକ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ କଟକରେ ଡ଼େଙ୍ଗୁ ଷ୍ଟାଟସ ସ୍ଥିର ଅଛି ବୋଲି କହିଛନ୍ତି CMC ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ।

କଟକରେ ଡେଙ୍ଗୁ ଷ୍ଟାଟସ ସ୍ଥିର: CMC ସ୍ବାସ୍ଥ୍ୟ ଅଧିକାରୀ

ଟ୍ବିନସିଟିର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ହେଲେ ଏହାରି ମଧ୍ୟରେ କଟକରୁ ଯେଉଁ ଅନୁପାତରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ତାହା ବର୍ତ୍ତମାନ ସ୍ଥିର ରହିଛି । ଏହାସହ ପ୍ରତିଷେଧକ ହିସାବରେ ଜିଲ୍ଲାରେ ସମସ୍ତ ନାଳ, ଅନାବନା ଗଛ, ବୁଦା ଆଦିକୁ ସିଏମସି ପକ୍ଷରୁ କଟାଯାଉଛି ।

ଯାହାଦ୍ବାରା କଟକରେ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି । ଲୋକ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ମହାନଗର ନିଗମ ପକ୍ଷରୁ ପ୍ରତିଦିନ ୱାର୍ଡ ୱାର୍ଡ ବୁଲି ଆଶାକର୍ମୀ ଓ ସିଏମସି ଅଧିକାରୀ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.