ETV Bharat / city

ଷ୍ଟାଇପେଣ୍ଡ ବୃଦ୍ଧି ଦାବି ପ୍ରସଙ୍ଗ; କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖିଲେ ହାଉସ ସର୍ଜନ ସଂଘ

ଷ୍ଟାଇପେଣ୍ଡ ବୃଦ୍ଧି ଦାବି ନେଇ ଆସନ୍ତାକାଲି ଠାରୁ ହେବାକୁ ଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ କଲେ ହାଉସ ସର୍ଜନ ସଂଘ । ଅଧିକ ପଢନ୍ତୁ...

ହାଉସ ସର୍ଜନ
ହାଉସ ସର୍ଜନ
author img

By

Published : Jan 27, 2021, 6:20 PM IST

Updated : Jan 27, 2021, 10:21 PM IST

କଟକ: ଷ୍ଟାଇପେଣ୍ଡ ବୃଦ୍ଧି ଦାବି ପ୍ରସଙ୍ଗରେ ଆସନ୍ତାକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଥିବା ହାଉସ ସର୍ଜନ ସଂଘ ଏହାକୁ ସ୍ଥଗିତ ରଖିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟସଚିବ ଏବଂ ଡିଏମଇଟି ସହିତ ଆଲୋଚନା ପରେ ଆନ୍ଦୋଳନକୁ ଅସ୍ଥାୟୀ ଭାବେ ଦୁଇ ସପ୍ତାହ ଯାଏ ସ୍ଥଗିତ ରଖିଛି ସଂଘ ।

ହାଉସ ସର୍ଜନ

ତେବେ ପ୍ରତିଶୃତି ପୂରଣ ନହେଲେ ଦୁଇ ସପ୍ତାହ ପରେ ଆନ୍ଦୋଳନ କରାଯିବ ବୋଲି ସଂଘ କହିଛି । ସୂଚନା ଥାଉକି, ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆସନ୍ତାକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ହାଉସ ସର୍ଜନ ସଂଘ ନିଷ୍ପତ୍ତି ନେଇଥିଲା। ରାଜ୍ୟର ତିନୋଟି ମେଡିକାଲ କଲେଜର 550 ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଥିଲା ।

ସରକାର 2020 ଏପ୍ରିଲ ମସିହାରୁ ଷ୍ଟାଇପେଣ୍ଡ ବୃଦ୍ଧି କରି ନଥିବାରୁ 22 ତାରିଖରୁ ହାଉସ ସର୍ଜନ ମାନେ କଳା ବ୍ୟାଚ ପରିଧାନ କରୁଛନ୍ତି । 2017 ମସିହାରେ ସରକାର ଶେଷ ଥର ପାଇଁ ହାଉସ ସର୍ଜନ ମାନଙ୍କର ଷ୍ଟାଇପେଣ୍ଡ ବଢାଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 27, 2021, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.