ETV Bharat / city

କଟକ ଦୂର୍ଗା ପୂଜାକୁ ନେଇ ଖୁବଶୀଘ୍ର ନିଷ୍ପତ୍ତି: ପ୍ରତୀକ୍‌ ସିଂ - Cuttack Durga Puja

ସିଲଭର ସିଟିର ବିଶ୍ବ ପ୍ରସିଦ୍ଧ ଦୁର୍ଗା ପୂଜାକୁ ନେଇ ଜାରି ରହିଛି ସସପେନ୍ସ । ଚଳିତ ବର୍ଷ ପାଇଁ କଟକିଆଙ୍କ ଦୂର୍ଗା ପୂଜା ଅନୁଷ୍ଠିତ ହେବ ନା ବନ୍ଦ ରହିବ, ତାକୁ ନେଇ ଆଶା-ଆଶଙ୍କା ମଧ୍ୟରେ କଟକବାସୀ ।

କଟକ ଦୂର୍ଗା ପୂଜାକୁ ନେଇ ଖୁବଶୀଘ୍ର ନିଷ୍ପତି: ପ୍ରତୀକ୍‌ ସିଂ

author img

By

Published : Aug 8, 2020, 10:18 PM IST

କଟକ: ସିଲଭର ସିଟିର ବିଶ୍ବ ପ୍ରସିଦ୍ଧ ଦୁର୍ଗା ପୂଜାକୁ ନେଇ ଜାରି ରହିଛି ସସପେନ୍ସ । କାରଣ ପୂର୍ବରୁ ଥିବା ଡିସିପି ଅଖିଳେଶ୍ବର ସିଂଙ୍କ ସମୟରେ ସହରରେ ଗଣେଷ ପୂଜା ବନ୍ଦ ନେଇ ନିଷ୍ପତ୍ତି ହୋଇସାରିଛା । ଆଉ ଏହା ପରେ ପାଳି ପଡିଛି ଏବେ ଦୁର୍ଗା ପୂଜାର । ତେବେ ଚଳିତ ବର୍ଷ ପାଇଁ କଟକିଆଙ୍କ ଦୂର୍ଗା ପୂଜା ଅନୁଷ୍ଠିତ ହେବ ନା ବନ୍ଦ ରହିବ, ତାକୁ ନେଇ ଆଶା-ଆଶଙ୍କା ମଧ୍ୟରେ କଟକବାସୀ ।

କଟକ ଦୂର୍ଗା ପୂଜାକୁ ନେଇ ଖୁବଶୀଘ୍ର ନିଷ୍ପତି: ପ୍ରତୀକ୍‌ ସିଂ

ତେବେ ଏହି ସଂକ୍ରାନ୍ତରେ ଶନିବାର କଟକର ନୂଆ ଡିସିପି ପ୍ରତୀକ୍‌ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦୁର୍ଗା ପୂଜା ହେବ କି ନାହିଁ ତାହା ଆଗାମୀ ଦିନରେ ପୂଜା କମିଟି ଓ ଶାନ୍ତି କମିଟି ସହ ବୈଠକରେ ଆଲୋଚନା ପରେ ସ୍ପଷ୍ଟ ହେବ । ସେହିପରି ଜନ୍ମାଷ୍ଟମୀ ଦିନ ମାଆଙ୍କ ପାଇଁ ମାଟି ଉଠା ପର୍ବକୁ ଡିସିପି ସୀକୃିତ ଦେଇଛନ୍ତି । ଯଦି କୌଣସି ପୂଜା କମିଟି ଇଚ୍ଛୁକ ଥାଏ, ତେବେ ଦୁଇ-ଚାରି ଜଣ ଲୋକଙ୍କ ସହ ମାଟି ଉଠା କାମ କରି ପାରିବେ ବୋଲି ଡିସିପି କହିଛନ୍ତି । ମାତ୍ର ମାଟି ଉଠା ସମ୍ପୂର୍ଣ୍ଣ ମାନେ ନୂହେଁ କି ଦୁର୍ଗା ପୂଜା ଅନୁଷ୍ଠିତ ହେବ । ଏହି କଥା ସ୍ପଷ୍ଟ ମଧ୍ୟ କରିଛନ୍ତି ନୂଆ ଡିସିପି ।

ତେବେ ପୂର୍ବରୁ ଗୋଟିଏ ବୈଠକ ବସି ସାରିଥିଲେ ହେଁ କିଛି ଚୁଡାନ୍ତ ହୋଇପାରି ନାହିଁ । ତେଣୁ ଆଉ ଏକ ବୈଠକରେ ସବୁ କିଛି ନିଷ୍ପତ୍ତି ନିଆଯିବା ବୋଲି ଡିସିପି ସୂଚନା ଦେଇଛନ୍ତି । ଏହାଛଡା ପୂର୍ବ ବୈଠକ ପ୍ରକାଶିତ ରିଜୋଲେସନ ସମସ୍ତେ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ଡିସିପି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.