ETV Bharat / city

ହୋଲି ହେଲା କାଳ; ନଦୀରେ ବୁଡି ଛାତ୍ର ଜଣକ ମୃତ

ହୋଲି ଖେଳିସାରି କାଠଯୋଡ଼ିରେ ଗାଧୋଉଥିବା ବେଳେ ନଦୀରେ ବୁଡିଯିବାରୁ ଜଣେ ଛାତ୍ରର ମୃତ୍ୟୁ ହୋଇଛି।

author img

By

Published : Mar 22, 2019, 4:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: ହୋଲିରେ ଅଘଟଣ। ହୋଲି ଖେଳିସାରି କାଠଯୋଡ଼ିରେ ଗାଧୋଉଥିବା ବେଳେ ନଦୀରେ ବୁଡିଯିବାରୁଜଣେ ଛାତ୍ରର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଗୋପାଳପୁର ଅଞ୍ଚଳର ସତୀଶ ସାହୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ସୂଚନାମୁତାବକ, ମାଟ୍ରିକ ପରୀକ୍ଷା ଦେଇଥିବା ସତୀଶ ସାହୁ(15ବର୍ଷ) ଶୁକ୍ରବାର ଦିନ ହୋଲି ଖେଳି ସାରିବା ପରେ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ସେ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ସତୀଶଙ୍କୁ ନଦୀରୁ ଉଦ୍ଧାର କରି ଏସସିବି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ସ୍ଲଗ-ଲୁପ୍ତ ପ୍ରାୟ ବାଦୁଡି ଙ୍କ ସଂରକ୍ଷଣ କରୁଛନ୍ତି ହଳଧରପୁର ଗ୍ରାମବାସୀ
ଆଙ୍କର- ଦିନକୁ ଦିନ ପରିବେଶ ଅସୁନ୍ତୁଳିତ ହେଉଛି । ବ୍ୟାପକ ଜଙ୍ଗଲ ନଷ୍ଟ, କଳକାରଖାନା ପ୍ରତିଷ୍ଠା ,ବିଭିନ୍ନ କାରଣରୁ ପ୍ରଦୂଷଣ ମାତ୍ରା ବଢିବା ଏହାର ମୁଖ୍ୟ କାରଣ ହେଇଛି । ଏହାର ପରିବେଶ ପ୍ରଦୂଷଣର ସିଧା ପ୍ରଭାବ ପ୍ରାଣୀ ଜଗତ ଉପରେ ପଡିଛି । ଏହି ପ୍ରଦୂଷଣ ଯୋଗୁଁ ବହୁ ପ୍ରାଣୀ ଲୁପ୍ତ ହେବାକୁ ବସିଲେଣି । ଏଥି ମଧ୍ୟରୁ ବାଦୁଡି ନାମକ ସ୍ତନ୍ୟପ୍ରାୟୀ ପ୍ରାଣୀ ଅନ୍ୟତମ। ଆଗଭଳି ଏହି ବାଦୁଡି ଆଉ ଦେଖିବାକୁ ମିଳୁନାହାନ୍ତି । ଲୁପ୍ତପ୍ରାୟ ଏହି ପ୍ରଜାତିର ଏବେ ପେଣ୍ଠସ୍ଥଳୀ ହୋଇଛି କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଗ୍ରାମ । ଏହି ଗ୍ରାମରେ ଏହି ପ୍ରାଣୀ ବିନା ଦ୍ଵନ୍ଦରେ ବିଚରଣ କରିପାରୁଛନ୍ତି । ଗ୍ରାମର ପୁରୁଣା ଗଛ ଗୁଡିକରେ ଆରାମରେ ବସା ବାନ୍ଧି ରଖିଛନ୍ତି । ଦୀର୍ଘଦିନ ଧରି ଏହି ବାଦୁଡି ଏଠି ରହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ବାଦୁଡିଙ୍କ ରାବରେ ଗାଁ ଟି ଫାଟି ପଡୁଛି । ଏହି ହଲଦରପୁର ଗ୍ରାମ ଟେରାକୋଟା କାମ ପାଇଁ ପ୍ରସିଦ୍ଧି ଲାଭ କରିଥିଲେହେଁ ଏହି ବାଦୁଡି ମଧ୍ୟ ଗ୍ରାମର ପରିଚୟ ପାଲିଟିଛି । ଏହି ବାଦୁଡିଙ୍କ ସୁରକ୍ଷା ଗ୍ରାମବାସୀ ନିଜେ କରୁଛନ୍ତି । ଏଠି କେହି ଏମାନଙ୍କୁ ମାରିବାକୁ ଚେଷ୍ଟାକଲେ ସେମାନଙ୍କ ପାଇଁ ଗ୍ରାମବାସୀ ଦଣ୍ଡ ବିଧାନ ର ବ୍ୟବସ୍ତା ମଧ୍ୟ କରିଛନ୍ତି।  ଏହି ବାଦୁଡିଙ୍କୁ ଦେଖିବାକୁ ବହୁ ପର୍ଯ୍ୟଟକ ମଧ୍ୟ ଏହି ଗ୍ରାମକୁ ଛୁଟି ଆସୁଛନ୍ତି । ଏହି ଖରାଦିନେ ବାଦୁଡିମାନଙ୍କର ପ୍ରଜନନ ସମୟ ହୋଇଥିବାରୁ ଜଳକଷ୍ଟ ରେ ବହୁ ସଂଖ୍ୟକ ଛୁଆ ମରିଯାଉଥିବା ଜଣା ପଡୁଛି  । ଏହି ନୂତନ ଛୁଆଙ୍କୁ ବଞ୍ଚେଇବା ପାଇଁ ଜଙ୍ଗଲ ବିଭାଗ କୁ ଗ୍ରାମବାସୀ ଗୁହାରି କରିଥିଲେହେଁ କିଛି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । 
ବାଇଟ-୧-ଶରତ କୁମାର ରଣା(ଗ୍ରାମବାସୀ)

ବାଇଟ-୨-ରାହସ ବିହାରୀ ରଣା( ଗ୍ରାମବାସୀ)

ବାଇଟ-୩- ଉଜ୍ଜ୍ୱଳ ସାହୁ ( ଗ୍ରାମବାସୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.