କଟକ: କଟକସ୍ଥିତ ସରକାରୀ ବାସଭବନରୁ ବାହାରିଲା ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର । ଖାନନଗର ଶ୍ମଶାନରେ ଶେଷକୃତ୍ୟ ପାଇଁ ତାଙ୍କ ପାର୍ଥିବ ଶରୀର ନିଆଯାଇଛି । ପ୍ରଥମ ଦେବାଶିଷଙ୍କୁ ଗାଡ ଅଫ ଅନର ପ୍ରଦାନ କରାଯିବ । ଆଜି(ଶନିବାର) କଟକ କ୍ୟାଣ୍ଟେନମେଣ୍ଟ ରୋଡ଼ ନିକଟରେ ଥିବା ସରକାରୀ ବାସଭବନରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ବହୁ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ।
ସୂଚନା ଥାଉକି, କୋରୋନାରେ ଆକ୍ରାନ୍ତ ହୋଇ ଗତ ୨୯ ତାରିଖରୁ ଦେବାଶିଷ ପାଣିଗ୍ରାହୀ କଟକ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା । ଏକ୍ମୋ ଚିକିତ୍ସା ଜରୁରୀ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ହୋଇଥିଲା । କୋରୋନାରେ ଗୁରୁତର ହୋଇଥିବା ଦେବାଶିଷଙ୍କୁ ଜୁନ୍ ୮ ତାରିଖରେ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଏକମୋ ଚିକିତ୍ସା ପାଇଁ କୋଲକାତା ପଠା ଯାଇଥିଲାବେଳେ ତାଙ୍କର ଦେହାନ୍ତ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ