ETV Bharat / city

ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା - କଟକରୁ ସ୍ବିଗି ବୟଙ୍କ ମୃତଦେହ ଉଦ୍ଧାର

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର। ସଡ଼କ ଦୁର୍ଘଟଣାରେ ମୃୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି। ଅଧିକ ପଢ଼ନ୍ତୁ

ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର, ସଡ଼କ ଦୁର୍ଘଟଣାରେ ମୃୃତ୍ୟୁ ହୋଇଥିବା ପୋଲିସର ଅନୁମାନ

author img

By

Published : Jul 17, 2022, 3:18 PM IST

କଟକ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସିଡିଏ 7 ନମ୍ବର ଅଞ୍ଚଳର ନିରାକାର ବେତାଳ। ସେ ଜଣେ ଡେଲିଭରି ବୟ ଭାବେ କାମ କରୁଥିବା ଜଣାପଡ଼ିଛି।

ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର, ସଡ଼କ ଦୁର୍ଘଟଣାରେ ମୃୃତ୍ୟୁ ହୋଇଥିବା ପୋଲିସର ଅନୁମାନ

ଘଟଣା ସ୍ଥଳରେ ଫେଜ2 ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ରାସ୍ତା କଡରେ ପଡିଥିବା ଖଣ୍ଡ ବିଖଣ୍ଡିତ ବାଇକ ଦେଖି ଏହା ଏକ ବଡ଼ ଦୁର୍ଘଟଣା ବୋଲି ପୋଲିସ ଅନୁମାନ କରୁଛି । ଗତକାଲି ରାତିରେ ଡେଲିଭରି ଦେବା ପାଇଁ ଯିବା ସମୟରେ ଅଜଣା ଗାଡି ଧକ୍କା ଦେଇଥିବା ପୋଲିସ କହିଛି । ଦୁର୍ଘଟଣା ଘଟାଇଥିବା ଗାଡିର କେତେକ ଯନ୍ତ୍ରାଂଶକୁ ଘଟଣା ସ୍ଥଳରୁ ଉଦ୍ଧାର କରି ତଦନ୍ତ ଚଳାଇଛି ପୋଲିସ । ଗତକାଲି ସନ୍ଧ୍ୟାରେ ନିରାକାର ନିଜ ମାଆଙ୍କ ସହିତ ମନ୍ଦିରକୁ ଯାଇଥିଲା । ମନ୍ଦିରରୁ ଫେରି ଖାଇବା ଡେଲିଭରି ଦେବାକୁ ଯାଇଥିଲା ବୋଲି ମୃତକଙ୍କ ବାପା କହିଛନ୍ତି । ସେପଟେ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ପାଇଁ ଦାବୀ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.