କଟକ: ଏକାଧିକ ମାମଲାରେ ଆଜି (ସୋମବାର) କଟକ ଜେଏମଏଫସି କୋର୍ଟରେ ହାଜର ହେଲେ ଡି' ବ୍ରଦର୍ସ । ତେବେ ଦିପୁ ଓମ୍ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ସହ ତ୍ରିଶୁଳିଆ ଗୁଳିକାଣ୍ଡ ଘଟଣାକୁ ନେଇ ହାଜର ହୋଇଥିଲେ ଧଳସାମନ୍ତ ଭ୍ରାତା ।
ସେପଟେ କୌଣସି କାରଣରୁ ସୋମବାର ଏହି ମାମଲାର ଶୁଣାଣି ହୋଇପାରି ନଥିବାବେଳେ ଆସନ୍ତାକାଲି ଶୁଣାଣି ହେବ । ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ଧଳ ଭ୍ରାତାଙ୍କୁ ଅଣା ଯାଇଥିଲା । ତେବେ ବର୍ତ୍ତମାନ ଜଣଙ୍କୁ ଚୌଦ୍ବାର ଜେଲ ହାଜତକୁ ପଠା ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଝାରପଡ଼ା ଜେଲ୍ ପଠା ଯାଇଥିବା ନେଇ ସୂଚନା ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ