ETV Bharat / city

କୋଭିଡ଼ ଟିକା ପଞ୍ଜିକରଣ କରିବା ବାହାନାରେ ଲୁଟୁଛନ୍ତି ସାଇବର ଠକ - କଟକରେ ମାତିଛନ୍ତି ସାଇବର ଠକ

କୋଭିଡ଼ ଟିକା ନାମ ପଞ୍ଜିକରଣ କରିବା ବାହାନାରେ ଲୁଟ କରୁଛନ୍ତି ସାଇବର ଠକ । ଲୋକଙ୍କୁ ସତର୍କ କରାଇଲେ କଟକ ଡିସିପି । ଅଧିକ ପଢନ୍ତୁ...

Cyber crime increasing in cuttack during vaccine time
କୋଭିଡ଼ ଟିକା ପଞ୍ଜିକରଣ କରିବା ବାହାନାରେ ଲୁଟ କରୁଛନ୍ତି ସାଇବର ଠକ
author img

By

Published : Jan 12, 2021, 7:31 PM IST

କଟକ: କୋଭିଡ଼ ଟିକା ପାଇଁ ନାମ ପଞ୍ଜିକରଣ କରିବା ବାହାନାରେ ଲୁଟି ନେଉଛନ୍ତି ସାଇବର ଠକ । ଏମିତିକି ଖୁବ କମ ସମୟ ମଧ୍ୟରେ ଆକାଉଣ୍ଟରୁ ଚାଲିଯାଉଛି ହଜାର ହଜାର ଟଙ୍କା। ତେବେ ଏଭଳି ଫେକ କଲ ପ୍ରତି ସାବଧାନ ରହିବାକୁ କଟକ ଡିସିପି ପରାମର୍ଶ ଦେଇଛନ୍ତି। କୋଭିଡ଼ ଟିକା ପାଇଁ ନାମ ପଞ୍ଜିକରଣ କରିବା ଆଳରେ ଏହି ସାଇବର ଠକ ମାନେ ଫୋନ କରୁଛନ୍ତି। ପଞ୍ଜିକରଣ ପାଇଁ ଅନେକ ତଥ୍ୟ ଦରକାର। ଏପରିକି ନାମ, ବୟସ,ଠିକଣା, ଆଦି ପଚାରି ବୁଝିବା ସହ ଆଧାରକାର୍ଡ ନମ୍ବର ମଧ୍ୟ ମାଗୁଛନ୍ତି।

କୋଭିଡ଼ ଟିକା ପଞ୍ଜିକରଣ କରିବା ବାହାନାରେ ଲୁଟ କରୁଛନ୍ତି ସାଇବର ଠକ

ଆଉ ଆଧାର କାର୍ଡ ଦେବା ପରେ ଓଟିପି ମାଗୁଛନ୍ତି। ଯଦି ଜଣେ ବ୍ୟକ୍ତି ଏହି ତଥ୍ୟ ପ୍ରଦାନ କରନ୍ତି । ତେବେ ସଙ୍ଗେ ସଙ୍ଗେ ଏହି ଲୁଟେରା ମାନେ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଟଙ୍କା। କଟକରେ ଏଭଳି ଅଭିଯୋଗ ହୋଇଥିବା ଡିସିପି କହିଛନ୍ତି। ତେବେ ଏଥିପ୍ରତି ସଚେତନ ନରହିଲେ ଏହି ଠକଙ୍କ ଠକାମୀରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ କୌଣସି ଅଜଣା ବ୍ୟକ୍ତିଙ୍କୁ ତଥ୍ୟ ନଦେବାକୁ ଡିସିପି ପରାମର୍ଶ ଦେଇଛନ୍ତି। ଏନେଇ ଲୋକଙ୍କୁ ସଚେତନତା କରାଯାଉଥିବା ଡିସିପି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.