କଟକ : ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା । ରାଜା କରଣ ପାଇଁ ବଢ଼ିଲା ଅଡ଼ୁଆ। ପୋଲିସର ଦୁଇ ଦିନିଆ ରିମାଣ୍ଡର ଜେରା ସମୟରେ ସତ ଉଗାଳିଲା ମୁଖ୍ୟ ଅଭିଯୁକ୍ତ ରାଜା କରଣ।
ସିଏମସିର କିଛି କର୍ମଚାରୀଙ୍କ ସହଯୋଗରେ ସେ ସରକାରୀ ଘର ବିକ୍ରି କରୁଥିଲା ବୋଲି ସ୍ବୀକାର କରିଛି। ପୋଲିସ ହାଉସିଂ କର୍ପୋରେସନର ଏହି ଘର ନିର୍ମାଣ କରିବା ପରେ ସିଏମସିକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହି ଘଟଣାରେ ସିଏମସିର କିଛି ଅସାଧୁ କର୍ମଚାରୀ ଏବେ ପୋଲିସର ସ୍କାନରରେ ରହିଛନ୍ତି।
ଏହାବି ପଢନ୍ତୁ : President Visit: ସସ୍ତ୍ରୀକ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି
ରାଜା ଲୋକଙ୍କ ଠାରୁ ନେଇଥିବା ଟଙ୍କା କଣ କଲା ଓ କାହାକୁ ଦେଇଛି । ସେହି ଟଙ୍କାରେ ଜମିବାଡ଼ି କିଣିଛି କି। ସେ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏହାସହ ରାଜାର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଯାଞ୍ଚ କରାଯାଉଥିବା ବୋଲି କହିଛନ୍ତି ଜୋନ 5 ଏସିପି ଅମରେନ୍ଦ୍ର ପଣ୍ଡା।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ