ETV Bharat / city

ଲକଡାଉନରେ ପ୍ରସ୍ତୁତ ହେଉଛି କୋଭିଡ ରାକ୍ଷୀ, ଅର୍ଡର କଲେ ଘରେ ପହଞ୍ଚିବ ପାର୍ସଲ

author img

By

Published : Jul 24, 2020, 5:08 PM IST

ସଂପର୍କର ଏକ ଅତୁଟ ଡୋରି ଭାଇ-ଭଉଣୀର ବନ୍ଧନ । ଆଉ ଏହାକୁ ଆହୁରି ମଜବୁତ କରେ ରକ୍ଷା ବନ୍ଧନର ରାକ୍ଷୀ । ଚଳିତ ବର୍ଷ ପୂଜାପର୍ବାଣୀ ଉପରେ ପ୍ରତିବନ୍ଧକ ହୋଇ ଛିଡା ହୋଇଛି କୋରୋନା । ହେଲେ ଭାଇ-ଭଉଣୀଙ୍କ ଏହି ସ୍ନେହପୂର୍ଣ୍ଣ ପବିତ୍ର ବନ୍ଧନରେ ପ୍ରଭାବ ପକାଇବ ନାହିଁ କୋରୋନା । ଅଧିକ ପଢନ୍ତୁ...

ଲକଡାଉନରେ ପ୍ରସ୍ତୁତ ହେଉଛି କୋଭିଡ ରାକ୍ଷୀ
ଲକଡାଉନରେ ପ୍ରସ୍ତୁତ ହେଉଛି କୋଭିଡ ରାକ୍ଷୀ

କଟକ: କୋରୋନା ପାଇଁ ପ୍ରଭାବିତ ଋତୁକାଳୀନ ବ୍ୟବସାୟ। ପୂଜା ପାର୍ବଣ ଉପରେ ଜାରି ରହିଛି କଟକଣା । ସଂକ୍ରମଣ ପାଇଁ ଲକଡାଉନ ଓ ସଟଡାଉନ ଅନେକଙ୍କ ରୋଜଗାର ଛଡାଇ ନେଇଛି । ଏପରି ସ୍ଥିତିରେ ଆଗକୁ ରାକ୍ଷୀ ପୂର୍ଣ୍ଣିମା । ଦୋକାନ ବଜାର ସବୁକିଛି ବନ୍ଦ ରହିଛି । ରାକ୍ଷୀ ଦୁଇ ଦିନ ପୂର୍ବରୁ ଖୋଲିପାରେ ବୋଲି ସରକାର ଘୋଷଣା କରିଛନ୍ତି । ହେଲେ ଏଥିରେ ବି ଅନିଶ୍ଚିତତା ଦେଖାଦେଇଛି । କିପରି ଭଉଣୀମାନେ ନିଜ ଭାଇକୁ ରାକ୍ଷୀ ବାନ୍ଧିବେ, ଆଉ କିପରି ବ୍ୟବସାୟ କରିବେ ସେନେଇ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି କଟକର କିଛି ଯୁବ ଗୋଷ୍ଠୀ ।

ଲକଡାଉନରେ ପ୍ରସ୍ତୁତ ହେଉଛି କୋଭିଡ ରାକ୍ଷୀ

ପୂଜା ପାର୍ବଣରେ ପ୍ରତିବନ୍ଧକ ସାଜିଛି କୋରୋନା ଲକଡାଉନ । ହେଲେ ଏହି ଲକଡାଉନ ଯୋଗୁଁ ପ୍ରଭାବିତ ହେବନି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । କୋରୋନା ପାଇଁ ଖାଲି ପଡିବନି ଭାଇର ହାତ । କି ରାକ୍ଷୀ ନ ପଠାଇ ପାରି ମନ ଊଣା କରିବ ନାହିଁ ଭଉଣୀ । ଲକଡାଉନ ପାଇଁ ଦୂରରେ ଥିଲେ ମଧ୍ୟ ପହଞ୍ଚିବ ରାକ୍ଷୀ । କାରଣ କଟକର ଯୁବଗୋଷ୍ଠୀ ଅନଲାଇନ ମାଧ୍ୟମରେ ରାକ୍ଷୀ କାରବାର ଆରମ୍ଭ କରିଛନ୍ତି । ନିଜର ରୋଜଗାର ସାଙ୍ଗକୁ ଭଉଣୀମାନଙ୍କ ଇଚ୍ଛାକୁ ପୂରଣକୁ କରିବାକୁ ଅନଲାଇନରେ ବିକ୍ରି କରୁଛନ୍ତି ରାକ୍ଷୀ ।

ସଂପର୍କର ଏକ ଅତୁଟ ଡୋରି ଭାଇ-ଭଉଣୀର ବନ୍ଧନ । ଆଉ ଏହାକୁ ଆହୁରି ମଜବୁତ କରେ ରକ୍ଷା ବନ୍ଧନର ରାକ୍ଷୀ । ଚଳିତ ବର୍ଷ ଅଗଷ୍ଟ 3ରେ ପାଳନ ହେବାକୁ ଯାଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସ୍ନେହ ଓ ଶ୍ରଦ୍ଧାର ରାକ୍ଷୀ ବାନ୍ଧିବେ ଭଉଣୀମାନେ । ଏ ବର୍ଷ ବଜାରକୁ ନୂଆ ନୂଆ ଫ୍ରେମର ରାକ୍ଷୀ ଆସିଛି । ଅର୍ଡର ମୁତାବକ ଭାଇ-ଭଉଣୀଙ୍କ ଫଟୋ ଛପାଇ ସ୍ବତନ୍ତ୍ର ରାକ୍ଷୀ ତିଆରି କରାଯାଉଛି । ତେବେ ଏହି ରାକ୍ଷୀର ନାଁ ରହିଛି କୋଭିଡ-ରାକ୍ଷୀ ।

ଏହି ବ୍ୟତୀତ ଏକ କମ୍ବୋ ପ୍ୟାକ ମଧ୍ୟ ରହିଛି। ଯେଉଁଥିରେ କେବଳ ରାକ୍ଷୀ ନୁହେଁ ଭାଇର ସୁରକ୍ଷା ପାଇଁ ସାନିଟାଇଜର, ହ୍ୟାଣ୍ଡ ୱାସ, ମାସ୍କ, ସହ ସିନ୍ଦୁର, ଚକୋଲେଟ ଓ ବାରକୋର୍ଡ ଚାବିରିଙ୍ଗ ରହିଛି । ଏହି ରାକ୍ଷୀର ଦାମ 40 ଟଙ୍କାରୁ 270 ଟଙ୍କା ପର୍ଯ୍ୟନ୍ତ ରହିଛି । ସେପଟେ ପରିସ୍ଥିତିରେ ସୁଧାର ଆସିଲେ ରାକ୍ଷୀ ପାଇଁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ଏହା ପରେ ବି ଅନିଶ୍ଚିତତା ବାରି ହୋଇପଡୁଛି । ଏହି ପ୍ରକ୍ରିୟା ଦୁଇ ତିନି ତଳେ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ଏଯାବତ 150ଟି ଅର୍ଡର ଆସିଲାଣି ।

ରାକ୍ଷୀ ପୂର୍ଣ୍ଣିମାକୁ ଅଳ୍ପ କେଇ ଦିନ ରହିଛି । ଦୂର ଦୂରାନ୍ତରେ ଥିବା ଭାଇ ପାଇଁ ଭଉଣୀ ରାକ୍ଷୀ ଅର୍ଡର ପଠାଇ ଥାଏ । ତେଣୁ ଦିନ ରାତି ଏକ କରି ଏହି ତିନି ଯୁବକ ରାକ୍ଷୀ ଯୋଗାଇବାରେ ବ୍ୟସ୍ତ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.