କଟକ: କଟକିଆ ମାନେ ନିଜ ମନ ପସନ୍ଦର ଶୀତବସ୍ତ୍ର କିଣିବରେ ମସଗୁଲ । ସିଲଭରସିଟିରେ ଆରମ୍ଭ ହେଲା ତିବ୍ଦତୀୟ ଶୀତବସ୍ତ୍ରର ବ୍ୟବସାୟ। ତିବ୍ଦତୀୟ ଶୀତବସ୍ତ୍ର ବ୍ୟବସାୟୀ ମାନଙ୍କର ଠାରୁ ବିଭିନ୍ନ ଭେରାଇଟିର ଶୀତବସ୍ତ୍ର କିଣିବାକୁ କରିଥିଲେ ଅପେକ୍ଷା। ଗତବର୍ଷ କୋଭିଡ ସମୟରେ ଏହି ଉଠାବଜାର କଟକରେ ନ ପଡିବାରୁ କଟକିଆ ହୋଇଥିଲେ ନିରାଶ । ଆଉ ଦୀର୍ଘ ଏକ ବର୍ଷ ପରେ ଏହି ଶୀତବସ୍ତ୍ର ମାର୍କେଟ କଟକରେ ପୁଣି ଗଢି ଉଠିଛି। ଯାହାକୁ ନେଇ ବେଶ ଖୁସ କଟକବାସୀ ।
ଧୀରେ ଧୀରେ ପାରଦ ନିମ୍ନମୁଖୀ ହେବାରେ ଲାଗିଲାଣି ଯାହା ଫଳରେ ସାରା ଓଡ଼ିଶାରେ ଶୀତ ଅନୁଭୂତ ହେବାରେ ଲାଗିଲାଣି। ସେଭଳି କଟକ ସହରରେ ମଧ୍ୟ ଶୀତ କାୟା ବିସ୍ତାର କରିବା ଆରମ୍ଭ କରିଛି । ତେବେ ଏହି ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ଶୀତବସ୍ତ୍ର କିଣିବା ପାଇଁ ସମସ୍ତେ ଅପେକ୍ଷାରେ ଥିବା ବେଳେ , କଟକ ସହରରରେ ପୁଣି ଉଠା ଶୀତକାଳୀନ ବସ୍ତ୍ର ମାର୍କେଟ ହୋଇଛି ଆରମ୍ଭ । ଗଜପତି ଜିଲା ଚନ୍ଦ୍ରଗିରି ଅଞ୍ଚଳ ରେ ରହୁଥିବା ତିବ୍ଦତୀୟ ଶରଣାରର୍ଥୀ ମାନେ ଏହି ଷ୍ଟଲ ପକାଇଥାନ୍ତି। ବିଭିନ୍ନ ଭେରାଇଟିର ଶୀତବସ୍ତ୍ର ଏହି ଷ୍ଟଲରେ ରହିଥାଏ ।
ଗତବର୍ଷ କୋଭିଡ କଟକଣା ପାଇଁ ଏହି ମାର୍କେଟ ବନ୍ଦ ହୋଇଥିବା ବେଳର ଚଳିତବର୍ଷ କଟକ ମହାନଗର ନିଗମର ନିର୍ଦେଶ କ୍ରମେ ଏହି ମାର୍କେଟ ପୁଣି ଜନ ସାଧାରଣ ମାନଙ୍କର ପାଇଁ ଖୋଲା ଯାଇଛି। ଚଳିତବର୍ଷ ପାଖାପାଖି ୫୦ ଟି ଷ୍ଟଲ ଲାଗିଥିବା କଥା ପ୍ରକାଶ କରିଛନ୍ତି ଷ୍ଟଲ ମ୍ୟାନେଜର। ଗତବର୍ଷ କୋଭିଡ କଟକଣା ଯୋଗୁ ଅନେକ ଘାଟା ସହିଥିବା ବ୍ୟବସାୟୀ ମାନେ ଚଳିତବର୍ଷ କିଛି ଶୀତ ବସ୍ତ୍ର ବ୍ୟବସାୟ କରିବେ ବୋଲି ଆଶା ବାନ୍ଧି ବସିଛନ୍ତି। ପୂର୍ବ ବର୍ଷ ମାନଙ୍କରେ ଅପେକ୍ଷା ଚଳିତବର୍ଷ କିଛି ନୂଆ ଭେରାଇଟିର ସ୍ବେଟର , ଜ୍ୟାକେଟ ଓ ଶାଲ ଆସିଥିବା ବେଳେ ଏହା ନିଶ୍ଚିତ ଭାବରେ ଗ୍ରାହକ ମାନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ବାନ୍ଧିଛନ୍ତି ବ୍ୟବସାୟୀ। ଏଥିସହିତ ବିଶେଷ ଭାବରେ କୋଭିଡ ଗାଇଡ଼ଲାଇନ କୁ ଗୁରୁତ୍ୱ ଦିଆଯିବା କଥା ମଧ୍ୟ କହିଛନ୍ତି।
ଅନ୍ୟପଟେ ଗ୍ରାହକ ମାନେ ଶୀତବସ୍ତ୍ର ବ୍ୟବସାୟୀ ମାନଙ୍କର ଏ ଷ୍ଟଲରୁ ସେ ଷ୍ଟଲ ବୁଲି ନିଜ ନିଜ ମନ ପସନ୍ଦର ବସ୍ତ୍ର କିଣିବାରେ ବ୍ୟସ୍ତ। କିଏ କିଏ କମ୍ବଳ ଦେଖୁଛନ୍ତି ତ ଆଉ କିଏ ନୂଆ ଡିଜାଇନ ର ଜ୍ୟାକେଟ ଦେଖୁଛନ୍ତି । ଛୋଟ ପିଲା ମାନଙ୍କର ଠାରୁ ବୟସ୍କ ସମସ୍ତଙ୍କ ପାଇଁ ଉପଯୋଗୀ ଶୀତବସ୍ତ୍ର ଉପଲବ୍ଧ ଥିବାରୁ ମନ ଭରି ନିଜ ନିଜ ପସନ୍ଦର ଜିନିଷ ବାଛିବାରେ ଲାଗିଛନ୍ତି। ପୂର୍ବ ବର୍ଷ ମାନଙ୍କର ଅପେକ୍ଷା ଚଳିତବର୍ଷ ଟିକିଏ ବସ୍ତ୍ର ଗୁଡିକ ଦାମ ଅଧିକ ରହିଥିଲେ ବିର୍ତ୍ତମାନ ର ସବୁ ଦର ଦାମ ବୃଦ୍ଧିକୁ ଆଖିରେ ରଖି ଦର ବଢିବା ସ୍ୱାଭାବିକ ବୋଲି କହିଛନ୍ତି ଗ୍ରାହକ । ଏହା ସହ ଗତବର୍ଷ କୋଭିଡ ଯୋଗୁଁ ଏହି ମାର୍କେଟ କଟକ ଆସିନଥିଲା ବେଳେ ଚଳିତବର୍ଷ ଏହାର ଚାହିଦା ବେଶ ଅଧିକ ରହିଛି।
35 ରୁ 40 ବର୍ଷ ଧରି କଟକର ଏହି ତିବ୍ଦତୀୟ ବ୍ୟବସାୟୀ ମାନେ ଷ୍ଟଲ ପକାଇ କରୁଛନ୍ତି ବ୍ୟବସାୟ। ଏହି ବର୍ଷ ମଧ୍ୟରେ କଟକିଆ ମନ ମଧ୍ୟ କିଣି ସାରିଛନ୍ତି ଏମାନେ । ଯଦି କୋଭିଡ ସ୍ଥିତି ଆଗକୁ ଯଦି ଲାଗି ରହେ ତେବେ ଗୋଟିଏ ପଟେ ବ୍ୟବସାୟ ଉପରେ ତ ଲାଗିବ ରୋକ ଅନ୍ୟପଟେ କଟକିଆ ହେବେ ନିରାଶ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ