ETV Bharat / city

ଛିଣ୍ଡୁନି ମଦ ବ୍ୟବସାୟୀଙ୍କ ଅଙ୍କ

ମଦ ବ୍ୟବସାୟୀ ସଂଘର ଜାରି ରହିଛି ନିଷ୍କ୍ରିୟ ମନୋଭାବ । କାରଣ ଜୋମାଟୋକୁ ମଦ ଡେଲିଭେରୀ ପାଇଁ ଅର୍ଡର ମିଳିବା ପରେ ଟଙ୍କା ପୈଠରେ ମଧ୍ୟ ବିଳମ୍ବ ହେବା କଥା ସମ୍ନାକୁ ଆସୁଛି ।

author img

By

Published : May 31, 2020, 4:16 PM IST

wine businesman sad
ଛିଣ୍ଡୁନି ମଦ ବ୍ୟବସାୟୀଙ୍କ ଅଙ୍କ

କଟକ: ଛିଣ୍ଡୁନି ଅଙ୍କ । ମଦ ବ୍ୟବସାୟୀ ସଂଘର ଜାରି ରହିଛି ନିଷ୍କ୍ରିୟ ମନୋଭାବ । କାରଣ ଜୋମାଟୋକୁ ମଦ ଡେଲିଭେରୀ ପାଇଁ ଅର୍ଡର ମିଳିବା ପରେ ଟଙ୍କା ପୈଠରେ ମଧ୍ୟ ବିଳମ୍ବ ହେବା କଥା ସମ୍ନାକୁ ଆସୁଛି ।

ଛିଣ୍ଡୁନି ମଦ ବ୍ୟବସାୟୀଙ୍କ ଅଙ୍କ

ଡିପୋରୁ ମଦ ଉଠାଣର ୨ ଦିନ ପରେ ଟଙ୍କା ପୈଠ ପାଇଁ ସଂଘ ରବିବାର ନିବେଦନ କରିଛି। କାରଣ ଜୋମାଟୋ ୩ ଦିନ ପରେ ଟଙ୍କା ପୈଠ କରିବା ପାଇଁ ନିଷ୍ପତି ହୋଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗକୁ ଜଣାଇଛି ସଂଘ ।

କଟକ ବିଦେଶୀ ମଦ ବ୍ୟବସାୟୀ ସଂଘର ସହ ସମ୍ପାଦକଙ୍କ କହିବାନୁସାରେ ସ୍ବିଗି ଓ ଜୋମାଟୋ ସହିତ ଚୁକ୍ତି ନେଇ ପ୍ରଥମେ ଆଲୋଚନା କରାଯାଇଥିଲା । ସ୍ବିଗି ମଦ ହୋମ ଡେଲିଭରିରେ 3 ପ୍ରତିଶତ କମିଶନ ସହିତ 7 ଦିନ ପରେ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲା।

ତେବେ ଜୋମାଟୋ ଡେଲିଭରିର 3ଦିନ ପରେ ଟଙ୍କା ଦେବାକୁ କହିବାରୁ ସଂଘ ଜମାଟୋ ସହିତ ଚୁକ୍ତି କରିଥଲା। ଏହାଦ୍ୱରା ବ୍ୟବସାୟୀ କେବଳ କ୍ଷତିର ସମୁଖୀନ ହେବେ । ଏହି ସଂକ୍ରାନ୍ତରେ ଅବକାରୀ ବିଭାଗ ସହ ଆଲୋଚନା ହୋଇଛି । ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ କିପରି ବ୍ୟବସାୟୀ ମାନେ କ୍ଷତି ନସହିବେ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.