ETV Bharat / city

ଶାରୀରିକ ଭିନ୍ନକ୍ଷମ: ନା ମିଳୁଛି ଭତ୍ତା-ନା ମିଳୁଛି ଟ୍ରାଇ ସାଇକେଲ

author img

By

Published : Feb 3, 2022, 3:58 PM IST

ଭିନ୍ନକ୍ଷମ ହୋଇବି ମିଳୁନି ଭତ୍ତା ଓ ଟ୍ରାଇ ସାଇକେଲ । ଫଳରେ ଭିନ୍ନକ୍ଷମର ଜୀବନ ବିତାଉଛନ୍ତି କଟକ କାଜିଡିହ ଅଞ୍ଚଳର ଜୟରାମ ଦାସ ଓ 52 ନମ୍ବର ୱାର୍ଡର ପ୍ରଭାସିନୀ ଜେନାଙ୍କ ଦୁଇ ଝିଅ । ଅଧିକ ପଢନ୍ତୁ

ଭିନ୍ନକ୍ଷମ ହୋଇବି ମିଳୁନି ଭତ୍ତା-ଟ୍କାଇ ସାଇକେଲ, ଜର୍ଜରିତ ଜୀବନ ବିତାଉଛନ୍ତି କଟକ ସହରର ୨ପରିବାର

କଟକ: ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଏହି ସବୁଯୋଜନା ଫେଲ ମାରିଛି ପ୍ରକୃତ ହିତାଧିକାରୀଙ୍କ ନିକଟରେ । କୌଣସି ଉପାନ୍ତ ଅଞ୍ଚଳ ନୁହଁ ବରଂ କଟକ ସହରରେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି ଦୁଇ ପରିବାର । ଫଳରେ ଯୋଜନାରେ ଅନ୍ତର୍ଭୁକ୍ତ ନହୋଇ ସଂଘର୍ଷମୟ ଜୀବନ ଅତିବାହିତ କରୁଛନ୍ତି । କଟକ କାଜିଡିହ ଅଞ୍ଚଳର ଜୟରାମ ଦାସ । ପିଲାଟି ବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ଅଚଳ । ଭିନ୍ନକ୍ଷମର ଜୀବନ ବଞ୍ଚିବା ସହିତ ନିଜର ଓ ପରିବାର ଦାୟିତ୍ୱ ତୁଲାଉଛନ୍ତି ଜୟରାମ । ତେବେ ସେ ଭିନ୍ନକ୍ଷମ ହୋଇ ମଧ୍ୟ ସରକାରଙ୍କ କୌଣସି ଯୋଜନାର ଲାଭ ପାଇ ନାହାନ୍ତି । ନା ଅଛି ରାସନ କାର୍ଡ ନା ଅଛି ବିକଳାଙ୍ଗ ଭତ୍ତା ।

ସବୁଠାରୁ ଦୁଃଖର କଥା ଗୋଟେ ଟ୍ରାଇ ସାଇକେଲ ବି ମିଳିନି ଜୟରାମଙ୍କୁ । ନିଜେ ଘରେ ଛୋଟ ଦୋକାନଟିଏ କରି 4 ପ୍ରାଣୀଙ୍କର ପେଟ ପୋଷୁଛନ୍ତି ସେ । କର୍ପୋରେଟର ପରେ କର୍ପୋରେଟର ବଦଳି ଚାଲିଛନ୍ତି, ହେଲେ କେହି ଶୁଣୁ ନାହାନ୍ତି ତାଙ୍କ ଜୟରାମଙ୍କ ଦୁଃଖ । ଲୋକଙ୍କ ପାଇଁ ମାଳ ମାଳ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଯେମିତି ସାତସପନ ପାଲଟିଛି ଜୟରାମଙ୍କ ପାଇଁ । ନିଜ ପରିବାର ପୋଷଣ ପାଇଁ ସରକାରୀ ସହାୟତା ନିମନ୍ତେ ଆକୁଳ ନିବେଦନ କରିଛନ୍ତି ଜୟରାମ ।

ସେହିପରି 52 ନମ୍ବର ୱାର୍ଡର ପ୍ରଭାସିନୀ ଜେନାଙ୍କ ପରିବାରରେ ମଧ୍ୟ ସମାନ ଅବସ୍ଥା । 14 ବର୍ଷ ହେଲାଣି ନିଖୋଜ ପ୍ରଭାସିନୀଙ୍କ ସ୍ୱାମୀ । ବଡ଼ ଝିଅଟି ଦୃଷ୍ଟି ଶକ୍ତି ହରାଇ ଥିବାବେଳେ ସାନ ଝିଅଟି ଦୁର୍ଘଟଣାର ଶିକାର ହୋଇ ପାରାଲେସିସ ରୋଗରେ ଆକ୍ରାନ୍ତ ହୋଇ ଡାହାଣ ପଟ ହାତ ଗୋଡ଼ ହୋଇପଡିଛି ଅଚଳ । ପ୍ରଭାସିନୀଙ୍କ ମୁଣ୍ଡରେ ଦୁଇ ଭିନ୍ନକ୍ଷମ ଝିଅଙ୍କ ବୋଝ । ଶାରିରୀକ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଦୃଷ୍ଟି ଶକ୍ତି ହରାଇଥିଲେ ବଡ଼ଝିଅ ଵିଷ୍ଣୁ ପ୍ରିୟା ।

ବଡ଼ଝିଅ ମେଡିକାଲରେ ଥିବାବେଳେ ତାକୁ ଦେଖାଶୁଣା କରିବାକୁ ଯାଉଥିବା ସାନଝିଅ ହରପ୍ରିୟାଙ୍କ ସହିତ ଦୁର୍ଘଟଣା ଘଟି ହେଲେ ପକ୍ଷାଘାତ ରୋଗର ଶିକାର । ସ୍ଥାନୀୟ ବାସିନ୍ଦାଙ୍କ ଘର ଛାତ ଉପରେ ଆଶ୍ରୟ ମିଳିଥିବା ବେଳେ ରାସନକାର୍ଡର 15 କିଲୋ ଚାଉଳ ପାଲିଟିଛି ପରିବାର ବଞ୍ଚିବାର ଏକମାତ୍ର ମାଧ୍ୟମ । ବିକଳାଙ୍ଗ ଭତ୍ତା ପାଇଁ ସରକାରୀ ଅଫିସ ଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନି ପ୍ରଭାସିନୀଙ୍କୁ । ନା ଶୁଣୁଛନ୍ତି ସରକାରୀ ବାବୁ ନା ଶୁଣୁଛନ୍ତି ନେତା । ୩ପ୍ରାଣୀ କୁଟୁମ୍ବ ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା ଆଉ କିଛି ସରକାରୀ ସହାୟତା ପାଇଁ ଚାହିଁ ବସିଛନ୍ତି ।

ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ଦୁଃଖ ଦେଖିବାରେ ଅସମର୍ଥ । କିପରି କରିବେ ସାହାଯ୍ୟ । ଉଭୟ ପରିବାର ସରକାରୀ ସହାୟତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା କିନ୍ତୁ ସେ ଅଯୋଗ୍ୟ। ଯାହାର କାରଣ କେବଳ ପିସି। ତେବେ ଯେଉଁଠି ଟଙ୍କା ସେଇଠି ଯୋଜନା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.