କଟକ: ପ୍ରେମରେ ବିଫଳ ହୋଇ ଶନିବାର ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିବାର ଲୋକେ ରବିବାର ଥାନାରେ ଏତଲା ଦେଇଛନ୍ତି । ଉକ୍ତ ଝିଅ ନାଁରେ ଏତଲା ଦେବା ସହ ଖୁବଶୀଘ୍ର ଝିଅକୁ ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକେ କହିଛନ୍ତି ।
ଶନିବାର, ପ୍ରେମରେ ପ୍ରତାରିତ ହେବା ଅଭିଯୋଗ କରି ପ୍ରଥମେ ଭିଡିଓ କରି ପରେ ଟ୍ରେନଲାଇନକୁ ଡେଇଁ ଆତ୍ମହତ୍ୟା କରିଥିଲେ ମନୋଜ ସ୍ବାଇଁ ନାମକ ଜଣେ ଯୁବକ । ରାଉସାପାଟଣାରେ ରହୁଥିବା ମନୋଜ ଆତ୍ମହତ୍ୟା କରିବା ପୂର୍ବରୁ ସେ ପ୍ରେମ ପାଇଁ ଆତ୍ମହତ୍ୟା କରୁଥିବା ଦର୍ଶାଇଥିଲେ ।
ସେପଟେ ମନୋଜଙ୍କ ମୃତ୍ୟୁ ପରେ ପରିବାର ଲୋକେ ଉକ୍ତ ଝିଅ ନାଁରେ ଜିଆରପି ଥାନାରେ ମାମଲା ରୁଜୁ କରିଛନ୍ତି । ଏହାସହ ଖୁବଶୀଘ୍ର ଝିଅକୁ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ସେମାନେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ