ETV Bharat / city

ବୈମାତୃକ ମନୋଭାବ ଦେଖାଉଛି କଟକ କ୍ରୀଡ଼ା ସଂସଦ, ଅଭିଯୋଗ କଲା ବିଜେପି - କଟକ କ୍ରୀଡ଼ା ସଂସଦ ଖବର

କଟକ କ୍ରୀଡ଼ା ସଂସଦର ବିଜେଡି ପ୍ରେମ ଚାଲିଛି । କଟକ ବିଜେପି ନଗର ସଭାପତି ଏଭଳି ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

ବୈମାତୃକ ମନୋଭାବ ଦେଖାଉଛି କଟକ କ୍ରୀଡ଼ା ସଂସଦ, ଅଭିଯୋଗ କଲା ବିଜେପି

author img

By

Published : Apr 6, 2022, 6:15 PM IST

କଟକ: କଟକ କ୍ରୀଡ଼ା ସଂସଦର ବିଜେଡି ପ୍ରେମ ଚାଲିଛି । କଟକ ବିଜେପି ନଗର ସଭାପତି ଏଭଳି ଅଭିଯୋଗ ଆଣିଛନ୍ତି । ସଦ୍ୟ ଶେଷ ହୋଇଥିବା ପୌର ନିର୍ବାଚନରେ ବିଜେପି ୭ଟି କର୍ପୋରେଟର ଆସନରେ ବିଜୟ ଲାଭ କରିଛି । କିନ୍ତୁ କଟକ କ୍ରୀଡ଼ା ସଂସଦ କେବଳ ବିଜେଡି କର୍ପୋରେଟରଙ୍କୁ ଡାକି ସମ୍ବର୍ଦ୍ଧିତ କରିଥିବା ଅଭିଯୋଗ ହୋଇଛି ।

ବୈମାତୃକ ମନୋଭାବ ଦେଖାଉଛି କଟକ କ୍ରୀଡ଼ା ସଂସଦ, ଅଭିଯୋଗ କଲା ବିଜେପି

କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ରାଜନୀତି ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର କ୍ରୀଡ଼ା ଉପରେ ଅଧିକ ଫୋକସ କରୁଥିବା କଥା କହୁଛନ୍ତି । ଅନ୍ୟପଟେ କଟକ ଜିଲ୍ଲା କ୍ରୀଡ଼ା ସଂସଦ ଯେଉଁ କାର୍ଯ୍ୟ କରିଛି ତାହା ଲଜ୍ୟା ଜନକ ବୋଲି କହିଛି ବିଜେପି । ଏଭଳି ଅଭିଯୋଗ ପରେ କଟକ କ୍ରୀଡ଼ା ସଂସଦ ପକ୍ଷରୁ କର୍ପୋରେଟରଙ୍କୁ ପୁନଃ ନିମନ୍ତ୍ରଣ କରାଯାଇଥିଲେ ସୁଦ୍ଧା ତାହାକୁ ପ୍ରତ୍ୟାଖାନ କରିଛି ବିଜେପି ।

କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ କଟକ କ୍ରୀଡ଼ା ସଂସଦ ଗଠନ ହୋଇଥିଲା । କିନ୍ତୁ ଏଭଳି ବୈମାତୃକ ମନୋଭାବ ସଂସଦର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । ଭାଇ ଚାରାର ସହର କଟକରେ ସମସ୍ତେ ମିଳିମିଶି ରହି ଆସିଛନ୍ତି । ହେଲେ କ୍ରୀଡା ସଂସଦର ଏଭଳି କାର୍ଯ୍ୟ ରାଜନୀତିକୁ ପ୍ରଶୟ ଦେଉଥିବା ଅଭିଯୋଗ କରିଛନ୍ତି କହିଛନ୍ତି ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.