କଟକ: ଆସୁଛି ଦୁର୍ଗା ପୂଜା । ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ହେବ ମା’ ଜଗତଜନନୀଙ୍କ ପୂଜା । ତେବେ ଏହାରି ମଧ୍ୟରେ କଟକ ସହରରେ ଅନେକ ଅସୁବିଧା ରହିଛି । ଜାଇକା, ଜଳ ବ୍ୟବସ୍ଥା, ରାସ୍ତାଘାଟ ଅବସ୍ଥା ଜରାଜୀର୍ଣ୍ଣ ରହିଛି । ଯାହାକୁ ନେଇ ପୂଜା କମିଟି ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।
ତେବେ ଆଜି(ଶନିବାର) ଜିଲ୍ଲା ପ୍ରଶାସନ ଡାକିଥିବା ପୂଜା ପ୍ରସ୍ତୁତି ବୈଠକରେ ଏହି ତମାମ ଅସୁବିଧାର ସମାଧାନ ହେବା ନେଇ ବିଭିନ୍ନ ବିଭାଗୀୟ ଅଧକାରୀ ମାନେ ଦେଇଛି ପ୍ରତିଶୃତି । ପୂଜା କିଛି ଦିନ ପୂର୍ବରୁ ସବୁ ଅସୁବିଧା ଦୂର ହେବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ତେବେ ଆଜି ବୈଠକରେ ଜିଲ୍ଲାପାଳଙ୍କ ସମେତ, ବିଧାୟକ, ସିଏମସି କମିଶନର, ଶାନ୍ତି କମିଟି ଓ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ