କଟକ: ପୁଣି ଇତିହାସ ରଚିଲା କଟକ ଏସସିବି ମେଡିକାଲ । ପ୍ରଥମ ଥର ଯୌନାଙ୍ଗ ଅସ୍ତ୍ରୋପଚାର କରି ହାସଲ କଲା ନୂଆ ରେକର୍ଡ । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏହି ବିରଳ ଅସ୍ତ୍ରୋପଚାର ପରେ ମେଡିକାଲର ଦକ୍ଷତା ଆହୁରି ମଜବୁତ ହୋଇଛି ।
ବାଲେଶ୍ବର ରେମୁଣା ଅଞ୍ଚଳର ଜଣେ ଯୁବକ ନିଜ ଚତୁର୍ଥୀ ଦିନ କୌଣସି କାରଣବଶତଃ ଯୌନାଙ୍ଗ କାଟି ଦେଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ତାଙ୍କୁ କଟକ ବଡ ମେଡିକାଲ(ଏସସିବି)କୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ସର୍ଜରୀ ବିଭାଗର 4 ଜଣ ସର୍ଜନ ଦୀର୍ଘ 5 ଘଣ୍ଟାର ଅପରେସନ ପରେ ସଫଳ ଭାବେ ଯୌନାଙ୍ଗ ପ୍ରତ୍ୟାରୋପଣ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ