ETV Bharat / city

CMC Election: ସୁରକ୍ଷା ଦାୟିତ୍ୱରେ ୨୦୦ ଅଫିସରଙ୍କ ସମେତ ୨୫ ପ୍ଲାଟୁନ ଫୋର୍ସ - କଟକ ମହାନଗର ନିଗମ ନିର୍ବାଚନ ଖବର

ପୌର ନିର୍ବାଚନ ପାଇଁ କଟକ କମିଶନରେଟ ପୋସିର ପ୍ରସ୍ତୁତି । ଏଥର ନିୟୋଜିତ ହେବେ ୨୦୦ ଅଫିସରଙ୍କ ସମେତ ୨୫ ପ୍ଲାଟୁନ ପୋଲିସ ଫୋର୍ସ । ଅଧିକ ପଢନ୍ତୁ

୨୪ ରେ କଟକ ମହାନଗର ନିର୍ବାଚନ, ସୁରକ୍ଷା ଦାୟିତ୍ୱରେ ୨୦୦ ଅଫିସରଙ୍କ ସମେତ ୨୫ ପ୍ଲାଟୁନ ଫୋର୍ସ

author img

By

Published : Mar 22, 2022, 10:36 PM IST

କଟକ: ପୌର ନିର୍ବାଚନ ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି ଶେଷ । ଆସନ୍ତା 24 ରେ ହେବାକୁ ଥିବା ନିର୍ବାଚନ ପାଇଁ ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଟକ ଡିସିପ ପ୍ରତୀକ ସିଂ କହିଛନ୍ତି । ଭୋଟ ଦିନ ସହରରେ ମୋଟ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

୨୪ ରେ କଟକ ମହାନଗର ନିର୍ବାଚନ, ସୁରକ୍ଷା ଦାୟିତ୍ୱରେ ୨୦୦ ଅଫିସରଙ୍କ ସମେତ ୨୫ ପ୍ଲାଟୁନ ଫୋର୍ସ

ଏହା ବ୍ୟତିତ 5 ଜଣ ଅତିରିକ୍ତ ଡିସିପି ଓ ୨୦୦ ରୁ ଊର୍ଦ୍ଧ୍ବ ପୋଲିସ ଅଫିସରଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି କର୍ମଚାରୀମାନେ ଆଜି ସନ୍ଧ୍ୟାରୁ 24 ତାରିଖ ଭୋଟ ଦାନ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ ବୁଥ ତଥା ପାଟ୍ରୋଲିଂ ପାର୍ଟି ସହିତ ରହିବେ ।

ନିର୍ବାଚନକୁ ଅବାଧ ତଥା ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ କମିଶନ ଜାରି କରିଥିବା ସମସ୍ତ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ନିର୍ବାଚନ ସମୟରେ ମୁତୟନ ହେବାକୁ ଥିବା ପୋଲିସ କର୍ମୀଙ୍କୁ ବ୍ରିଫିଙ୍ଗ ଜରିଆରେ ଅବଗତ କରାଯାଇଛି ବୋଲି କଟକ ଡିସିପି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.