କଟକ: କ୍ରାଇମ କଣ୍ଟ୍ରୋଲରେ ଜିରୋ ଟଲରାନ୍ସ ଦିଗରେ କମିଶନରେଟ୍ ପୋଲିସ ବେଶ୍ ସକ୍ରିୟ ହୋଇଛି । ସିଲଭରସିଟିକୁ ଅପରାଧ ମୁକ୍ତ କରିବାକୁ ଅଣ୍ଟା ଭିଡିଛି କଟକ ପୋଲିସ । ଛୋଟ ବଡ଼ ସମସ୍ତ ଅପରାଧିଙ୍କୁ ଟ୍ରାକ୍ କରିବା ପାଇଁ କଟକ ୟୁପିଡ଼ି ପୋଲିସ ବିଛାଉଛି ସିସିଟିଭି ଜାଲ । ଯେପରି ଜଣେ କ୍ରାଇମ କରିବା ପରେ ପୋଲିସ ହାତରୁ ଖସି ନପାରେ ଏଥିପାଇଁ କଟକରେ 400 ସିସିଟିଭି ଲଗାଯିବା ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ।
ଏଯାବତ୍ ସହରର ୨୦ଟି ବଡ ଛକରେ ୧୦୦ରୁ ଊର୍ଦ୍ଧ୍ବ ସିସିଟିଭି ଲାଗିଛି । ଆଉ ୪ରୁ ୬ ମାସ ମଧ୍ୟରେ କଟକର ସମସ୍ତ ଗଳିକନ୍ଦିରେ ମୋଟ ୪୦୦ କ୍ୟାମେରା ଲଗାଯିବ । ଯାହା ଅପରାଧିଙ୍କୁ ନିୟନ୍ତ୍ରଣକୁ ଆଣିବ ଏବଂ ଅପରାଧ କମାଇବ । ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ