ETV Bharat / city

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ

author img

By

Published : Dec 21, 2021, 4:16 PM IST

Updated : Dec 21, 2021, 5:56 PM IST

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ କଟକ ପକ୍ସୋ କୋର୍ଟ । ୨୦୧୯ ମସିହା ନଭେମ୍ବର ୨୧ରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । ଅଧିକ ପଢନ୍ତୁ

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍
ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

କଟକ: ନାବାଳିକା ଦୁଷ୍କର୍ମ ମାମଲାରେ କଟକ ପକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡ କରିଛନ୍ତି ପକ୍ସୋ କୋର୍ଟ । ଏହାସହ ୧୦ ହଜାର ଟଙ୍କାର ଜରିମାନା ଓ ଅନାଦେୟ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳର ରମାକାନ୍ତ ସିଂହ । ସେ ୨୦୧୯ ମସିହା ନଭେମ୍ବର ୨୧ରେ ନେମାଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ।

୨୦୧୯ ନେମାଳ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀଙ୍କୁ ୨୦ ବର୍ଷ ଜେଲ୍ ସହ ଜରିମାନା

ଏଥିସହ ପିଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଦୋଷୀକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ରମାକାନ୍ତ ସିଂହ ଜଣେ ଡ୍ୟାନ୍ସ ମାଷ୍ଟର । ସେ ତପସ୍ୱିନୀ ଅପେରା ପାର୍ଟିରେ ନୃତ୍ୟ ପ୍ରଶିକ୍ଷଣ ଦେଉଥିଲେ । ୨୦୧୯ ମସିହା ନଭେମ୍ବର ୨୧ ତାରିଖ ରାତ୍ରିରେ ନେମାଳ ଥାନା ଅଞ୍ଚଳରେ ଅପେରା ପଡିଥିବା ବେଳେ, ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହାର ପରଦିନ (ନଭେମ୍ବର୨୨, ୨୦୧୯) ସକାଳେ ଉଦ୍ଧାର ହୋଇଥିଲେ ପୀଡିତା ।

ଏନେଇ ନେମାଳ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ପୋଲିସ ରମାକାନ୍ତ ବିରୋଧରେ ଧାରା ୩୬୩, ୩୭୬ (A)(B), ୩୦୭ ipc / sec -6 pocso actରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ଶୁଣାଣି ମଧ୍ୟରେ ୧୭ଟି ଡକ୍ୟୁମେଣ୍ଟ ଓ ୧୬ ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା । ତେବେ ଅଦାଲତ ଆଜି ଏହାର ଶୁଣାଣି କରି ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 21, 2021, 5:56 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.