ETV Bharat / city

କଲର ବମ୍‌ରେ ହୋଲି ଖେଳିବ କଟକ - colour

ଦିନକ ପରେ ରଙ୍ଗର ପର୍ବ ହୋଲି। ଆଉ ରଙ୍ଗୀନ ହେବ ଭାଇଚାରାର ସହର କଟକ। ଚଳିତବର୍ଷ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବ କଟକ। ଏଥର ରଙ୍ଗ ବଜାରରେ ଅବିରକୁ ପ୍ରାଧାନ୍ୟ ଦେଇଛନ୍ତି ବ୍ୟବସାୟୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Mar 21, 2019, 4:32 PM IST

Updated : Mar 22, 2019, 7:24 AM IST

କଟକ: ଆଜି ଦୋଳ ପୂର୍ଣ୍ଣିମା ଆଉ କାଲି ହୋଲି। ଏନେଇ କଟକ ସହରବାସୀ ବେଶ୍ ପ୍ରସ୍ତୁତ। ରଙ୍ଗ ଦୋକାନରେ ଗ୍ରାହକଙ୍କ ବେଶ୍ ଭିଡ ଜମିଲାଣି । ଭଳିକି ଭଳି ପିଚକାରୀ ସାଙ୍ଗକୁ ରଙ୍ଗବେରଙ୍ଗ ଅବିରକୁ ନେଇ ନାନାଦି ରକମର ମାସ୍କରେ ସଜେଇ ହୋଇଛି କଟକ ରାସ୍ତାକଡର ହୋଲି ଦୋକାନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ତେବେ ଏବର୍ଷର ମୁଖ୍ୟ ଆକର୍ଷଣ ହେଲା କଲର୍ ବମ୍। ବମଟିକୁ ପକାଇଲେ ରଙ୍ଗ ବାହାରୁଛି।ଚଳିତବର୍ଷ ଗ୍ରାହକ ପ୍ରାକୃତିକ ରଙ୍ଗକୁ ଆପଣାଉଥିବା ବ୍ୟବସାୟୀ କହିଛନ୍ତି। ତେଣୁ ବଜାରରେ ଅବିର ହିଁ ବିକ୍ରି ହେଉଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

"ତୁ ଆଜି ଢେର ହସୁଛୁ ଆଉ ମୁଁ କାନ୍ଦୁଛି | କାହିଁକି ଜାଣିଛୁ ତୁ ଆସିଲୁ ଆଉ କମିଗଲା ମୋ ଚାହିଦା | କାରଣ ମୋ ଦ୍ୱାରା ବାର୍ତ୍ତା ଦେଲେ ଲାଗିବ କିଛି ସମୟ ଆଉ ପକେଟରୁ ଖର୍ଚ୍ଚ ହେବ କିଛି ଟଙ୍କା | ହେଲେ ତୋ ମାଧ୍ୟମରେ ଆଖି ବୁଜୁବୁଜୁ ଯାହା ପାଖକୁ ବି ମେସେଜ ପହଞ୍ଚାଇ ହେଉଛି " ସୋସିଆଲ ମିଡ଼ିଆକୁ କିଛି ଏମିତି କହୁଥିଲା ଗ୍ରୀଟିଙ୍ଗସ କାର୍ଡ |

ବଦଳିଛି ସମୟ, ବଦଳିଛି ସଉକ  । ଆଧୁନିକତାର ଟ୍ରେଣ୍ଡରେ ବଦଳିଛି ଆମର କଥାବାର୍ତ୍ତା  । ସତକଥା ହେଉଛି କଥା କମ, ବରଂ ଚାଟିଂ ପାଲଟିଛି ସବୁକିଛି  । ଆଉ ଏହାରି ଭିତରେ ଆସିଛି ନୂଆବର୍ଷ । ଫେସବୁକ କାନ୍ଥରେ ଲେଖାହେବ ଢେର ସାରା ମେସେଜ । ଆଉ ହ୍ଵାଟ୍ସଆପରେ ବୁଲିବ ଗଦାଗଦା ଫରୱାର୍ଡ଼ ପିକଚର । କିଛି ମେସେଜ ସତ ହୋଇଥିବ, ଆଉ ଅନେକ ଲୋକ ଦେଖାଣିଆ । ଆଉ ସମ୍ପର୍କର ନିକିତିରେ ଏବେ ମନେପଡିଛି ଗ୍ରୀଟିଙ୍ଗସର କଥା  । 

ଦିନେ ଅଭିନନ୍ଦନର ମୁଖ୍ୟ ମାଧ୍ୟମ ସାଜିଥିଲା ରଙ୍ଗୀନ କାଗଜର ଏହି କାର୍ଡ । ଆକର୍ଷଣୀୟ ରଙ୍ଗ ସାଙ୍ଗକୁ ହୃଦୟକୁ ଛୁଇଁଲାଭଳି କିଛି ଧାଡି । ପ୍ରେମିକାଠାରୁ ଆରମ୍ଭ କରି ସାଙ୍ଗସାଥି, ସମସ୍ତଙ୍କୁ ଡାକ ମାଧ୍ୟମରେ ପଠାଯାଉଥିଲା ଗ୍ରୀଟିଙ୍ଗସ । ମନରେ ଥିଲା ଉତ୍କଣ୍ଠା । କେବେ ପହଂଚିବ ନୂଆବର୍ଷର ବାର୍ତ୍ତା । କେମିତି କଟିବ ପୁରାବର୍ଷ । ଲାଗୁଥିଲା ସମ୍ପର୍କର ମାପକାଠିକୁ ଠିକ ବୁଝିଥିଲା ଏହି କାଗଜ ଖଣ୍ଡିକ । 

Conclusion:
Last Updated : Mar 22, 2019, 7:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.