ETV Bharat / city

ପଖାଳକୁ GI ଟ୍ୟାଗ ମାନ୍ୟତା ପାଇଁ କଟକବାସୀଙ୍କ ଦାବି - ପଖାଳକୁ GI ଟ୍ୟାଗ ମାନ୍ୟତା ପାଇଁ ଦାବି

ଓଡ଼ିଆଙ୍କ ପ୍ରିୟ ପଖାଳ । ଓଡ଼ିଆ ଜାତିର ପରମ୍ପରା ସହିତ ପଖାଳ ଜଡ଼ିତ ଥିବାରୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବୀ କରିଛନ୍ତି କଟକବାସୀ । ଅଧିକ ପଢ଼ନ୍ତୁ

cuttack people demands gi tag to pakhala
ପଖାଳକୁ GI ଟ୍ୟାଗ ମାନ୍ୟତା ପାଇଁ କଟକିଆଙ୍କ ଦାବି
author img

By

Published : Jul 29, 2022, 8:16 AM IST

Updated : Jul 29, 2022, 2:30 PM IST

କଟକ: ସବୁ ଓଡ଼ିଆଙ୍କ ପ୍ରିୟ ପଖାଳ । କଂସାଏ ପଖାଳରୁ ଆରମ୍ଭ ହୋଇଥାଏ ଓଡ଼ିଆଙ୍କ ଦିନ । ପଖାଳ ଓଡ଼ିଶା ଇତିହାସ ସହ ଜଡ଼ିତ ଥିବାରୁ ଏହାକୁ ଜିଆଇ ଟ୍ୟାଗ (GI TAG) ମାନ୍ୟତା ପାଇଁ କଟକବାସୀ ଦାବି କରିଛନ୍ତି ।

ପଖାଳକୁ GI ଟ୍ୟାଗ ମାନ୍ୟତା ପାଇଁ କଟକବାସୀଙ୍କ ଦାବି

ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ ପାଇଁ କଟକର ସ୍ବେଚ୍ଛାସେବୀ ସଂଗଠନ ସମର୍ଥ ଓଡ଼ିଶା ପକ୍ଷରୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖାଯାଇଛି । କେଉଁ ଅନାଦି କାଳରୁ ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ ଏବଂ ଓଡ଼ିଆ ଜାତିର ପାରମ୍ପରିକ ଖାଦ୍ୟ ଭାବରେ ମଧ୍ୟ ବେଶ ଜଣାଶୁଣା । ସେ ଧନୀ ହେଉ କି ଗରିବ ସମସ୍ତେ ପଖାଳ ବିନା ଅଧୁରା । ତେଣୁ ପଖାଳକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଲେ ଓଡ଼ିଆ ଜାତିର ଗୌରବ ଆହୁରି ବୃଦ୍ଧି ପାଆନ୍ତା ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, କଟକ

Last Updated : Jul 29, 2022, 2:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.